ଡିପସିକ୍ ଉପରେ ମସ୍କଙ୍କ ପ୍ରତିକ୍ରିୟା, କହିଲେ ସେ....
ଚୀନ୍ର ନୂଆ ଏଆଇ ମଡେଲ୍ 'ଡିପ୍ସିକ୍' ବର୍ତ୍ତମାନ ବିଶ୍ୱ ବଜାରରେ ଚହଳ ପକାଇଛି । ଆମେରିକା ସମେତ ବିଶ୍ୱବ୍ୟାପୀ ଷ୍ଟକ୍ ବଜାର ଦୋହଲି ଯାଇଛି । ସୋମବାର ଆମେରିକୀୟ ବଜାର ଖୋଲିବା କ୍ଷଣି ଏନ୍ଭିଡିଆ କର୍ପୋରେସନର ସେୟାରରେ ମୋଟା ଅଙ୍କର ହ୍ରାସ ଦେଖିବାକୁ ମିଳିଥିଲା । ଏହାର ସେୟାର ମୂଲ୍ୟ ୧୩% ପର୍ଯ୍ୟନ୍ତ ଖସିଥିଲା ଏବଂ ବଜାର ପୁଞ୍ଜି ପ୍ରାୟ ୪୬୫ ବିଲିୟନ ଡଲାର କମିଥିଲା ।
ଚୀନ୍ର ଷ୍ଟାର୍ଟଅପ୍ 'ଡିପ୍ସିକ୍' ଏକ ମାଗଣା ଏଆଇ ଆସିଷ୍ଟାଣ୍ଟ ଆଣିଛି । ଏହା ସବୁଠୁ ଶସ୍ତା ଚିପ୍ସ ଓ କମ୍ ଡାଟା ବ୍ୟବହାର କରୁଛି ।
ଦୀପସିକ ବିରୋଧରେ ଟେକନଲୋଜୀ ଠକେଇ ଅଭିଯୋଗ ଆସୁଛି। କମ୍ ଖର୍ଚ୍ଚରେ ଓପନ୍ ସୋର୍ସ ଏଆଇ ଯୋଗାଇଦେବା ଦାବି ଏଆଇ କମ୍ୟୁନିଟିରେ ବିବାଦ ପାଲଟିଛି। ଟେସ୍ଲାର ସିଇଓ ଏଲନ୍ ମସ୍କ ମଧ୍ୟ ଏହି ବିବାଦରେ ଡେଇଁ ପଡ଼ିଛନ୍ତି।

ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଡିପସିକ୍ ସମ୍ଭବତଃ ଏହାର ଏଆଇରେ ୫୦,୦୦୦ ଏନଭିଡିଆ ହପର ଜିପିୟୁ ବ୍ୟବହାର କରିଛି। ୧୦,୦ ଏ୧୦୦ଏସ୍ ଜିପିୟୁ ବ୍ୟବହାର କରିବା ନେଇ ଡିପସିକ୍ କରିଥିବା ଦାବି ବିରୋଧରେ ଏହା ହୋଇଛି। ସ୍କେଲ ଏଆଇର କୋଟିପତି ସିଇଓ ଆଲେକଜାଣ୍ଡର ୱାଙ୍ଗ ମଧ୍ୟ ଦାବି କରିଛନ୍ତି ଯେ ଦୀପସିକର ଏଆଇ ତିଆରି କରିବାରେ ଏନଭିଡିଆ ଏଚ୧୦୦ ଜିପିୟୁ ଟେକ୍ନୋଲୋଜି ନିଶ୍ଚିତ ଭାବରେ ବ୍ୟବହୃତ ହୋଇଛି । ଡିପସିକ୍ ବିରୋଧରେ ଆଲେକଜାଣ୍ଡର ୱାଙ୍ଗଙ୍କ ସମାନ ଅଭିଯୋଗକୁ ସମର୍ଥନ କରି ଏଲନ୍ ମସ୍କ ମଧ୍ୟ ଏକ୍ସଙ୍କ ଉପରେ ନିଜର ମତାମତ ପୋଷ୍ଟ କରିଛନ୍ତି।












Click it and Unblock the Notifications