ଆତଙ୍କୀଙ୍କୁ ଘାରିଛି ଅଜଣା ବନ୍ଧୁକଧାରୀ ଭୟ , ଗୁଳିର ଶିକାର ହେଲା କୁଖ୍ୟାତ ଆତଙ୍କୀ ଅମୀର ହମ୍‌ଜା

ପାକିସ୍ତାନୀ ଆତଙ୍କୀଙ୍କୁ ଘାରିଛି ଅଜଣା ବନ୍ଧୁକଧାରୀ ଭୟ । ବାହାରକୁ ଗୋଡ଼ କାଢ଼ିଲେ ଏବେ ଗୋଡ଼ ଥରୁଛି । କାରଣ ବାହାରେ ଛକିଛି ଯମ । ଆଜି ସେମିତି ଜଣେ ଅଜଣା ବନ୍ଧୁକଧାରୀର ଗୁଳିର ଶିକାର ହୋଇଛି ଲସ୍କର-ଏ-ତଇବାର କୁଖ୍ୟାତ ଆତଙ୍କୀ ଅମୀର ହମ୍‌ଜା । ଲସ୍କରର ସହପ୍ରତିଷ୍ଠାତା ତଥା ସେକେଣ୍ଡ୍ ଇନ୍ କମାଣ୍ଡ୍ କୁହାଯାଉଥିବା ହମ୍‌ଜା ଆଜି ଲାହୋରରେ ଗୁଳି ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ବାଇକରେ ଆସି ଜଣେ ଅଜଣା ବନ୍ଧୁକଧାରୀ ହମ୍‌ଜା ଉପରକୁ ଗୁଳି ଚଳାଇଥିଲା । ତେବେ ପାକିସ୍ତାନରେ ଇଏ ନୂଆ କଥା ନୁହେଁ । ଗତ କିଛି ବର୍ଷ ଭିତରେ ଅଜଣା ବନ୍ଧୁକଧାରୀ ଗୁଳିର ଶିକାର ହେଲେଣି ଅନେକ କୁଖ୍ୟାତ ଆତଙ୍କୀ ।

Terrorists
ପାକିସ୍ତାନ ଆତଙ୍କୀଙ୍କୁ
ମାରୁଛି କିଏ?
୩ ବର୍ଷ ଭିତରେ ପାକିସ୍ତାନ ଆତଙ୍କୀଙ୍କ ଯମ ପାଲଟିଛନ୍ତି ଅଜଣା ବନ୍ଧୁକଧାରୀ
ବାଇକରେ ଆସୁଛନ୍ତି, ଗୁଳିମାଡ଼ କରୁଛନ୍ତି ଓ ଉଭାନ ହୋଇଯାଉଛନ୍ତି
ଆହତ ଓ ନିହତ ହୋଇଛନ୍ତି ଲସ୍କର, ଜୈସ ଓ ହିଜବୁଲ ମୁଜାହିଦ୍ଦୀନ ଆତଙ୍କୀ
କିଏ ମାରୁଛି ଓ କାହିଁକି ମାରୁଛି ଏବେ ବି ରହସ୍ୟ ଘେରରେ ରହିଛି
ପୂର୍ବରୁ ଗୁଳିର ଶିକାର ହୋଇଛନ୍ତି ମହମ୍ମଦ ତାହିର ଅନୱର, ଅବୁ କତଲ୍ ସିନ୍ଧି
ମୁଫ୍‌ତି କାସିର୍ ଫାରୁକ, ସାହିଦ ଲତିଫ୍, ଖ୍ୱାଜା ସାହିଦ, ଆକ୍ରମ୍ ଖାନ୍ ଗାଜି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+