ବୋମା ବିଷ୍ପୋରଣରେ ଆତଙ୍କବାଦୀ ମାସୁଦ ହାଜର ମୃତ? ସୋସିଆଲ ମିଡ଼ିଆରେ ଖବର ହେଲା ଭାଇରାଲ
ନୂଆଦିଲ୍ଲୀ:ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବର୍ତ୍ତମାନ ଦାବି କରାଯାଉଛି ଯେ ସୋମବାର ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଅଜହରଙ୍କ ମୃତ୍ୟୁ ହୋଇଛି । ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବୋମା ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ମାସୁଦଙ୍କ ମୃତ୍ୟୁ ହୋଇଥିବା ଖବର ଭାଇରାଲ ହେବାରେ ଲାଗିଛି ।

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଅଜହର । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମାସୁଦଙ୍କ ମୃତ୍ୟୁ ଖବର ବିଷୟରେ କୌଣସି ସରକାରୀ ବିବୃତ୍ତି ଆସିି ନାହିଁ । ପାକିସ୍ତାନୀ ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ଜୈଶ ନେତା ମାସୁଦ ଅଜହର ଭବାଲପୁର ମସଜିଦରୁ ଫେରୁଥିଲେ । ଆଉ ସେ ଫେରିବା ସମୟରେ କିଛି ଅଜ୍ଞାତ ଲୋକମାନେ ଏକ ବୋମା ବିସ୍ଫୋରଣ କରିଥିଲେ ଯେଉଁଥିରେ ମାସୁଦ ଅଜହର ମୃତ୍ୟୁ ହୋଇଥିଲା ।












Click it and Unblock the Notifications