ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ: ୮ ମୃତ
Pakistan Bus Attack: ପାକିସ୍ତାନର ଏକ୍ସପ୍ରେସ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଚଳନ୍ତା ବସ ଉପରକୁ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏପରି ଘଟଣା କାଶ୍ମୀରର ଗିଲଗିତ୍ ବାଲତିସ୍ତାନ ନିକଟରେ ଘଟିଛି । ଯାତ୍ରାବାସୀ ବସଟି ଗିଲଗିତରୁ ରାଓଲପିଣ୍ତି ଯାଉଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ ।
ସୂଚନା ଅନୁସାରେ, ଗୁଳି ବିନିମୟରେ ବସ୍ରେ ନିଆଁ ଲାଗିଯିବା ସହ ମହିଳା ଓ ଶିଶୁଙ୍କ ସମେତ ମୋଟ୍ 26 ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ସ୍ଥାନୀୟ ପୋଲିସର ସୂଚନାନୁସାରେ ଆହତମାନଙ୍କୁ ଚିଲାସର ଆଞ୍ଚଳିକ ମୁଖ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସମସ୍ତ ଚିକିତ୍ସା ବର୍ତ୍ତଲମାନ ଜାରି ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଦାୟିତ୍ୱ ନେଇ ନାହିଁ ଏବଂ ଏହି ଆକ୍ରମଣର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇପାରି ନାହିଁ । ଚିଲାସର ଡେପୁଟି କମିସନର୍ ଆରିଫ ଅହମଦଙ୍କ ସୂଚନା ଅନୁସାରେ, ୮ ଜଣ ମୃତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ପରିଚିୟ ମିଳିଛି । ଆହତ ହୋଇଥିବା ୨୬ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications