ରମଜାନରେ ଆତଙ୍କବାଦୀ ଆକ୍ରମଣ: ୯ ମୃତ
Pakistan Terrorist Attack: ରମଜାନ ଚାଲିଥିବା ସମୟରେ ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣକାରୀ । ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନର ବନ୍ନୁ ଛାବନୀ ନିକଟରେ ଦୁଇଟି ବୋମା ବିସ୍ଫୋରଣ ହୋଇଛି । ରିପୋର୍ଟ ଅନୁସାରେ ଏହି ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ଜଡିତ ଏକ ଆତଙ୍କବାଦୀ ସଂଗଠନ ଜୈଶ ଉଲ ଫୁରସାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ।

ମଙ୍ଗଳବାର ଦିନ ବନୁ ଅଞ୍ଚଳରେ ଇଫତାର ପରେ ଏକ ସାମରିକ ଶିବିରରେ ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ଅତି କମରେ ଛଅ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଆହୁରି ଅନେକ ଯବାନ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି, ସମସ୍ତ ଆହତଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।
ଏକ ରିପୋର୍ଟ ଅନୁସାରେ, ବନ୍ନୁ ଛାୱନୀର ଆଭ୍ୟନ୍ତରୀଣ ସୁରକ୍ଷାଘରରେ ପସି ବିସ୍ଫୋରଣ କରିଥିଲେ । ରମଜାନ ଚାଲିଥିବା ବେଳେ ଇଫତାର ସରିବା ତୁରନ୍ତ ପରେ ଏପରି ବିସ୍ଫୋରଣ ହୋଇଛି । ଯେଉଁଥିରେ ୬ ଯବାନଙ୍କ ମୃତ୍ୟୁ ହୋଇଛି ।












Click it and Unblock the Notifications