ପାକିସ୍ତାନରେ ଆତଙ୍କୀ ହମଲା:୯ ମୃତ, ୧୮ ଜଣ ଆହତ
ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହମଲା । କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୋଲିସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ଜଣେ ପୋଲିସ କର୍ମୀ ସମେତ ୪ ସାଧାରଣ ଲୋକ ନିହତ ।

ପାକିସ୍ତାନ:ପାକିସ୍ତାନ କରାଚିରେ ଥିବା ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହମଲା । କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୋଲିସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ଜଣେ ପୋଲିସ କର୍ମୀ ସମେତ ୪ ସାଧାରଣ ଲୋକ ନିହତ । ସେହିପରି ପୋଲିସ ଗୁଳିରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆତଙ୍କବାଦୀଙ୍କ ଅତର୍କିତ ଗୁଳିରେ ୧୮ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ପ୍ରାୟ ସଂଧ୍ୟା ୭ଟା ବେଳେ କରାଚିର ଶରାହ-ଏ-ଫେସଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । କରାଚି ପୋଲିସ ମୁଖ୍ୟାଳୟ ଉପରୁ ହଠାତ୍ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । କେହି କିଛି ବୁଝିବା ପୂର୍ବରୁ ଆତଙ୍କୀ ମାନେ ପୋଲିସ ମୁଖ୍ୟାଳୟ ଭିତରକୁ ପ୍ରବେଶ କରି ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ଆତଙ୍କବାଦୀଙ୍କ ପାଖରେ ଗ୍ରେନେଡ ଏବଂ ଅଟୋମେଟିକ୍ ଗନ୍ ଥିବା ନେଇ ସୂଚନା ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ରେଞ୍ଜର୍ସ ଏବଂ ପୋଲିସ ବାହିନୀ ମୁଖ୍ୟାଳୟର ଚାରିପଟରୁ ଘେରି ପରିସ୍ଥିତି ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ଯାହା ପରେ ରାତି ପ୍ରାୟ ୧୧ଟା ସୁଦ୍ଧା ଏହି ଅପରେସନ୍ ଶେଷ ହୋଇଥିଲା । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ବିସ୍ପୋରକ ଅସ୍ତ୍ରଶସ୍ତ୍ର ଜଗତ କରାଯାଇଥିଲା । ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ତାଲିବାନୀ ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications