ୟୁକ୍ରେନରେ ଭୟାନକ ସ୍ଥିତି, କୁକୁର ମାରି ଖାଉଛନ୍ତି ଲୋକେ

ଯୁଦ୍ଧ କୌଣସି ଦେଶ ପାଇଁ କୌଣସି ଭଲ ଖବର ଆଣି ନଥାଏ । କେବଳ ଶକ୍ତି ଏବଂ ଜିଦରେ କ୍ଷତି ହୋଇଥାଏ । ଯୁଦ୍ଧରେ ଜଡିତ କୌଣସି ଦେଶ ପାଇଁ ଏହା କେବଳ ବିନାଶ ଆଣିଥାଏ ।

କିଭ୍‌: ଯୁଦ୍ଧ କୌଣସି ଦେଶ ପାଇଁ କୌଣସି ଭଲ ଖବର ଆଣି ନଥାଏ । କେବଳ ଶକ୍ତି ଏବଂ ଜିଦରେ କ୍ଷତି ହୋଇଥାଏ । ଯୁଦ୍ଧରେ ଜଡିତ କୌଣସି ଦେଶ ପାଇଁ ଏହା କେବଳ ବିନାଶ ଆଣିଥାଏ । 2022 ମସିହାରେ ଲୋକମାନେ ଯୁଦ୍ଧର ଏପରି ଭୟାନକ ଅବସ୍ଥା ଦେଖିବେ ବୋଲି କେହି କଳ୍ପନା କରି ନ ଥିଲେ।

Ukraine

ଆସନ୍ତାକାଲି ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିବ ମାସେ। ଏତେ ଦିନ ପରେ ବି ଦୁଇ ଦେଶ ମଧ୍ୟରେ ଥମୁନି ଯୁଦ୍ଧ। ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଲାଗିପଡିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ଦେଉଛି କଡା ଜବାବ। ସେ ରୁଷ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଜିଦ୍‌ରେ ଅଡି ବସିଛି। ତେବେ ଏହି ଯୁଦ୍ଧରେ ୟୁକ୍ରେନ ଅବସ୍ଥା ଅଧିକ ଖରାପ ହୋଇ ଯାଇଛି। ବର୍ତ୍ତମାନ ୟୁକ୍ରେନର ଲୋକମାନେ ଅନାହାରରେ ପହଞ୍ଚିଛନ୍ତି।

ନିକଟରେ ୟୁକ୍ରେନରୁ ଖବର ଆସିଛି ​​ଯେ, ଲୋକମାନେ ଏଠାରେ ବଞ୍ଚିବା ପାଇଁ କୁକୁର ମାରି ଖାଉଛନ୍ତି । ଯୁଦ୍ଧ ସମୟରେ ଆଣବିକ କାରଖାନାରେ ବିସ୍ଫୋରଣ ହେତୁ ଏଠାରେ ଥିବା ଜଳ ସଂକ୍ରମିତ ହୋଇଛି। ଏଭଳି ପରିସ୍ଥିତିରେ ବିଶୁଦ୍ଧ ଜଳ ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଶେଷରେ ସେହି ବିଷ ଜଳ ପିଇବା ପାଇଁ ବାଧ୍ୟ ହେଉଛନ୍ତି ୟୁକ୍ରେନବାସୀ । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଲୋକମାନେ ଏଠାରେ ରହିବା ପାଇଁ ଛାତ ଖୋଜିବା ସହିତ ଖାଦ୍ୟ ଖୋଜୁଛନ୍ତି। କେବଳ ଏବଂ କେବଳ ମୃତଦେହ ସବୁ ସ୍ଥାନରେ ଦୃଶ୍ୟମାନ ହେଉଛି ।

ମାର୍ଚ୍ଚ ୨୦ ତାରିଖରେ ରୁଷ ମାରିୟୁପୋଲ ସରେଣ୍ଡର କରିବା ପାଇଁ ୟୁକ୍ରେନ୍‌କୁ ଅଲ୍ଟିମେଟମ୍‌ ଦେଇଥିଲା। କିନ୍ତୁ ୟୁକ୍ରେନ୍‌ ଏହା କରିବାକୁ ମନା କରିଦେଇଥିଲା। ଏହାପର ଠାରୁ ରୁଷ ଆହୁରି ଆକ୍ରମଣାତ୍ମକ ହୋଇପଡିଛି। ଏପରିକି ୟୁକ୍ରେନ୍‌ ଉପରେ ରୁଷ ହାଇପରସୋନିକ୍‌ ମିସାଇଲ ମଧ୍ୟ ମାଡ କରିଛି। ବୋମା ବର୍ଷଣ କରି ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ କରିବାରେ ଲାଗିଛି ରୁଷ।

ଯୁଦ୍ଧ ଯୋଗୁଁ ଏବେ ୟୁକ୍ରେନ୍‌ର ଅନେକ ସହର ଭଗ୍ନାବଶେଷରେ ପରିଣତ ହୋଇସାରିଲାଣି। ଅନେକ ବିଲ୍ଡିଂ ନଷ୍ଟ ହୋଇଯାଇଛି। ଲୋକଙ୍କ ପାଖରେ ଖାଇବା ଓ ପିଇବା ପାଇଁ କିଛି ନାହିଁ। ଏଠାରେ ଅନେକ ଅଞ୍ଚଳରେ ବିଦ୍ୟୁତ ଓ ପାଣି ସପ୍ଲାଏ ବନ୍ଦ ହୋଇଯାଇଛି। ଏଠାରେ ଜୀବିତ ରହିଥିବା ଲୋକେ ରହିବା ଓ ଖାଇବା ସନ୍ଧାନରେ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ସେମାନେ ବୁଲା କୁକୁରଙ୍କୁ ମାରି ତା' ମାଂସ ଖାଉଛନ୍ତି। ଏନେଇ ୟୁକ୍ରେନର ଜଣାଶୁଣା ବିଜନେସମ୍ୟାନ୍‌ ଦମିତ୍ରୋ ସ୍ପଷ୍ଟ କରିଛନ୍ତି। ସେ ନିଜ ବନ୍ଧୁମାନଙ୍କୁ ଏଭଳି କରୁଥିବା ନିଜ ଆଖିରେ ଦେଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+