Get Updates
Get notified of breaking news, exclusive insights, and must-see stories!

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା ; ୧୫ ଜଣଙ୍କ ମୃତ୍ୟୁ

ବୋଲଭିଆରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଲାପାଜ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖରାପ ପାଗ ଯୋଗୁଁ ବିମାନ ଉଡାଣରେ ସମସ୍ୟା ଦେଖାଦେଇଥିଲା । ଗୋଟିଏ ରାସ୍ତା ଉପରେ ବିମାନ ଖସିପଡିଥିଲା । ଘଟଣାସ୍ଥଳରେ ଉଦ୍ଧାର ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ ବିମାନ ଉଡାଣ ସମୟରେ ପାଗ ଖରାପ ଥିବାରୁ ପାଇଲଟଙ୍କୁ ନିୟନ୍ତ୍ରଣ ରଖିବାରେ ସମସ୍ୟା ହୋଇଥିଲା ।

ଫଳରେ ବିମାନଟି ହଠାତ ଏକ ରାସ୍ତା ଉପରେ ଖସିପଡିଥିଲା । ଦୁର୍ଘଟଣା ସମୟରେ ରାସ୍ତାରେ ଯାଉଥିବା କିଛି ଗାଡି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଆପତକାଳୀନ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି ।

Terrible plane crash in Bolivia 15 dead

ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ବେଳେ ସମସ୍ତ ଉଡାଣ ସେବା ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି । ପ୍ରାଥମିକ ତଦନ୍ତରୁ ଖରାପ ପାଗ ଏବଂ ଦୃଶ୍ୟମାନ୍ୟତା କମ ଥିବାରୁ ଦୁର୍ଘଟଣାର ମୁଖ୍ୟ କାରଣ ଭାବେ ଧରାଯାଉଥିବା ବେଳେ ବିମାନ ଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ଆରମ୍ଭ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+