ଭୟଙ୍କର ହେଉଛି ଗାଜା ଓ ଇସ୍ରାଏଲ ଯୁଦ୍ଧ; ହେଜବୁଲ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ ୪୦ ମୃତ

ଗାଜା ଓ ହେଜବୁଲ୍ଲା ସହ ସଂଘର୍ଷ ଜାରି ରଖିଛି ଇସ୍ରାଏଲ । ଇତିମଧ୍ୟରେ ଇସ୍ରାଏଲ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଏଥିରେ ଶିଶୁଙ୍କ ସମେତ ୪୦ ଜଣ ପ୍ରାଣ ହରାଇଛନ୍ତି। ଏନେଇ ଲେବନାନ୍ ଅଧିକାରୀମାନେ ଶନିବାର କହିଛନ୍ତି।

Israel Gaza War

ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ନଭେମ୍ବର ୮ ତାରିଖ ଶୁକ୍ରବାର ଦିନ ସମୁଦ୍ର କୂଳରେ ଥିବା ସହର ଟାୟାରରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ସହରର ଅନେକ ସ୍ଥାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ବେରୁଟ ସହର ଉପରେ ଆକ୍ରମଣ କରିବା ପୂର୍ବରୁ କିନ୍ତୁ ଇସ୍ରାଏଲ ସେନା କୌଣସି ଆଗୁଆ ସୂଚନା ଦେଇନଥିଲା। ସେପଟେ ହୁତି ବିଦ୍ରୋହୀମାନେ ଇସ୍ରାଏଲର ନେଭାଟିମ ଏୟାରବେସକୁ 'ବାଲିଷ୍ଟିକ୍ କ୍ଷେପଣାସ୍ତ୍ର' ସହିତ ଟାର୍ଗେଟ କରିଥିବା ଦାବି କରିଛନ୍ତି।

ଇସ୍ରାଏଲ ଆକ୍ରମଣ ପରେ ଲେବାନନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଆକ୍ରମଣ ପରେ ଉଦ୍ଧାର ହୋଇଥିବା ମୃତକଙ୍କ ଶରୀରର ଡିଏନଏ ପରୀକ୍ଷା କରାଯିବ। ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନିକଟବର୍ତ୍ତୀ ସହରଗୁଡ଼ିକରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ଡାକ୍ତର ମଧ୍ୟ ସାମିଲ ଥିଲେ। ଏହାବ୍ୟତୀତ ବାଲବେକ୍ ନିକଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମଧ୍ୟ ୨୦ ଜଣଙ୍କ ମୃତ୍ୟୁ ଘଟିଛି।

ସେପଟେ ଇସ୍ରାଏଲ ସେନା ଏକ ବିବୃତି ଜାରି କରି କହିଛି ଯେ ଟାୟାର ଓ ବାଲବେକରେ ହେଜବୁଲ୍ଲାର ଆଡ୍ଡାକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଛି। ଏହି ବେସ୍ ଗୁଡ଼ିକ ମଧ୍ୟରେ ଲଢୁଆ ବିମାନ, ଅପରେସନାଲ ଆପାର୍ଟମେଣ୍ଟ ଏବଂ ଅସ୍ତ୍ରଶସ୍ତ୍ର ଷ୍ଟୋର ଅନ୍ତର୍ଭୁକ୍ତ । ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଗତ ବର୍ଷଠାରୁ ଲେବାନନରେ ଆକ୍ରମଣ କରୁଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୩୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬୧୯ ଜଣ ମହିଳା ଓ ୧୯୪ ଜଣ ଶିଶୁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+