Get Updates
Get notified of breaking news, exclusive insights, and must-see stories!

ଭୟଙ୍କର ହେଉଛି HMPV ଭୁତାଣୁ, ସ୍କୁଲ ଛୁଟି ଘୋଷଣା

କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ 'ହ୍ୟୁମାନ ମେଟାପ୍ନୁମୋ' ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମ୍ପିଭି) ଏବେ ଭାରତରେ ପଶିଛି। ଦେଶରେ ୬ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା

HMPV virus

ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) କର୍ନାଟକରେ ନିୟମିତ ସର୍ଭିଲାନ୍ସ ପରେ ୨ ଏଚଏମ୍ପିଭି ସଂକ୍ରମିତଙ୍କୁ ଚିହ୍ନଟ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ବ୍ରୋଞ୍ଚୋନିମୋନିଆରେ ଆକ୍ରାନ୍ତ ଥିବା ଜଣେ ୩ ମାସର ଶିଶୁକନ୍ୟା ବେଙ୍ଗାଲୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ଗତ ୩ ତାରିଖରେ ବାପ୍ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁପୁତ୍ରଠାରେ ଏଚଏମ୍ପିଭି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ସେ ଏବେ ସୁସ୍ଥ ହେଉଛନ୍ତି। ଗତମାସ ୨୪ରେ ଗୁଜରାଟ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ ମାସର ଶିଶୁଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚେନ୍ନାଇର ୨ଟି ହସ୍ପିଟାଲରୁ ୨ ଜଣ ଶିଶୁ ଏଚଏମ୍ପିଭିରେ ସଂକ୍ରମିତ ହୋଇ ଖବର ପ୍ରକାଶ ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଜରୁରୀ ବୈଠକ ଡାକିଛି। କୋଲକାତାରେ ସୋମବାର ଜଣେ ସଂକ୍ରମିତଙ୍କ ମିଶାଇ ଗତ ନଭେମ୍ବରରୁ ୩ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ପିଅର୍ଲେସ ହସ୍ପିଟାଲର ସିଇଓ ସୁଦୀପ୍ତ ମିତ୍ର କହିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ଏଚଏମ୍ପିଭିରେ କେହି ସଂକ୍ରମିତ ହୋଇ ନ ଥିବା ସେ କହିଛନ୍ତି।

ତେବେ ଏହି ଭୂତାଣୁ ଯୋଗୁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡିବା ଆରମ୍ଭ କରିଛି। ୱୁହାନରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏଠାରେ ୧୦ ଦିନରେ HMPV ମାମଲା ୫୨୯% ବୃଦ୍ଧି ପାଇଛି । ପିଲାମାନଙ୍କ ମଧ୍ୟରେ ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଣ୍ଟିବାୟୋଟିକ୍‌ ଔଷଧର ବହୁତ ଅଭାବ ରହିଛି । ଏପରିକି ଆଣ୍ଟିବାୟୋଟିକ୍‌ ଔଷଧର କଳା ବଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଆଣ୍ଟିବାୟୋଟିକ୍‌ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି।

ଭୂତାଣୁ ସଂକ୍ରମଣ ବୃଦ୍ଧି ହେତୁ WHO ମଧ୍ୟ ଟେନସନରେ ଆସିଛି। ସେ ଚାଇନାରୁ HMPV ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଗାଇଛନ୍ତି। ଚାଇନା ଏପର୍ଯ୍ୟନ୍ତ HMPV ମାମଲାରେ ତଥ୍ୟ ଲୁଚାଉଛି। ବର୍ତ୍ତମାନ ଏହି ଭୂତାଣୁ ଚାଇନାରୁ ବ୍ୟାପୀ ଭାରତ, ମାଲେସିଆ, ଜାପାନ, କାଜାଗସ୍ତାନରେ ପହଞ୍ଚିଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+