ଦୁବାଇରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ, ୪ ଭାରତୀୟ ମୃତ

ଦୁବାଇ: ଶନିବାର ଦୁବାଇର ଏକ ଆପାର୍ଟମେଣ୍ଟ ବ୍ଲକରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ଏହି ଅଗ୍ନିକାଣ୍ଡରେ ମୋଟ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସରକାରୀ ଅଧିକାରୀ । ଶନିବାର ଅପରାହ୍ନ ୧୨.୩୫ରେ ଘଟିଥିବା ଏହି ଅଟ୍ଟାଳିକା ଅଗ୍ନିକାଣ୍ତରେ ମୃତ୍ୟୁବରଣ କରିଥିବା ୪ ଜଣ ଭାରତୀୟଙ୍କ ମଧ୍ୟରେ ଜଣେ କରଳୀ ଦମ୍ପତି ଅଛନ୍ତି ।

ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଆରବ ଏମିରେଟସ୍ ଅନ୍ତର୍ଗତ ଦୁବାଇର ସିଭିଲ୍ ଡିଫେନ୍ସ ଅପରେସନ୍ ରୁମ୍ ନିକଟରେ ଶନିବାର ଦିନ ୧୨.୨୩ ସମୟରେ ଦୁବାଇର ପୁରୁଣା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ମିଳିଥିବା ସୂଚନା ଅନୁସାରେ, ପ୍ରଥମେ କୋଠାର ଚତୁର୍ଥ ମହଲାରେ ନିଆଁ ଲାଗିବା ପରେ ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା ।

dubai_fire

ଖବର ପାଇ ଦୁବାଇ ସିଭିଲ୍ ଡିଫେନସର ଏକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ପାର୍ଟ ସୟଦ ଫାୟାର୍ ଷ୍ଟେସନ୍ ଏବଂ ହାମରିୟା ଫାୟାର ଷ୍ଟେସନର ଏକ ଟିମ୍ ପହଁଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ସ୍ଥାୟିନିୟ ସମୟ ଅପରାହ୍ନ ୨.୨୪ରେ ନିଆଁ ଲିଭିଯାଇଥିବା ନେଇ ସୂଚନା ରହିଛି । ତେବେ ଏହି ଭୟଙ୍କର ଅଗ୍ନିକାଣ୍ତରେ ୪ ଭାରତୀୟଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ କେରଳୀ ଦମ୍ପତି ଥିବା ନେଇ ମଧ୍ୟ ସୂଚନା ରହିଛି । ଏହାଛଡା ୩ ପାକିସ୍ତାନୀ, ଜଣେ ନାଇଜେରିଆ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+