ଇରାନର ବଢିଲା ଟେନସନ୍, ଆକ୍ରମଣ କରିପାରେ ଫ୍ରାନ୍ସ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଫ୍ରାନ୍ସର ଜଣେ ସୈନିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର ଇରାକର ଇରବିଲ ନିକଟରେ ଡ୍ରୋନ୍ ଆକ୍ରମଣରେ ଫ୍ରାନ୍ସ ସୈନିକ ଅର୍ନାଡ ଫ୍ରିୟନଙ୍କ ମୃତ୍ୟୁ ହୋଇଛି । ଅନେକ ସୈନିକ ଆହତ ମଧ୍ୟ ହୋଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ମାକ୍ରଁନ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଉତ୍ତର ଇରାକର କୁର୍ଦ୍ଦିସ ଅଞ୍ଚଳ ସ୍ଥିତ ଇରବିଲକୁ ଟାର୍ଗେଟ କରାଯାଇଥିଲା ।













Click it and Unblock the Notifications