ଆମେରିକା ଓ ଇରାନ ମଧ୍ୟରେ ପୁଣି ବଢ଼ିଲା ତିକ୍ତତା; ଟ୍ରମ୍ପଙ୍କ କଡ଼ା ଚେତାବନୀ, ଇରାନର ଅସ୍ତିତ୍ୱ ଶେଷ ହୋଇଯିବ

ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଇରାନ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖେ ଏବଂ ଆମେରିକାକୁ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ କରେ, ତେବେ ଏହାର ପରିଣାମ ଅତ୍ୟନ୍ତ ଗମ୍ଭୀର ହେବ। ଏହାସହିତ ଇସଲାମିକ ଗଣରାଜ୍ୟ ଇରାନର ଅସ୍ତିତ୍ୱ ଶେଷ ହୋଇଯିବ।

tramp

ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'Truth Social'ରେ ଦାବି କରିଛନ୍ତି ଯେ ଆମେରିକୀୟ ଯୁଦ୍ଧ ବିମାନ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଠିକଣା ଏବଂ ଉପକୂଳବର୍ତ୍ତୀ ରାଡାର ବ୍ୟବସ୍ଥାକୁ ଟାର୍ଗେଟ କରିଛି । ସେ ଅଭିଯୋଗ କରିଛନ୍ତି ଯେ ଇରାନ ପୁଣି ଥରେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କରିଛି। ଟ୍ରମ୍ପ କହିଛନ୍ତି, ଶାନ୍ତି ବୁଝାମଣା ହେବାଠାରୁ ଆମେରିକା ଏପର୍ଯ୍ୟନ୍ତ ନିରବତା ପ୍ରଦର୍ଶନ କରି ଆସୁଥିଲା, କିନ୍ତୁ ଆକ୍ରମଣ ବନ୍ଦ ନହେଲେ ଆହୁରି କଡ଼ା ପଦକ୍ଷେପ ନିଆଯିବ।

CENTCOMର ବଡ଼ ଦାବି:

ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଦାବି କରିଛି ଯେ ଇରାନର ମିସାଇଲ, ଡ୍ରୋନ୍ ଭଣ୍ଡାର ଏବଂ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ର ଉପରେ ସଠିକ୍ ବିମାନ ଆକ୍ରମଣ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ ୩୭ ସେକେଣ୍ଡର ଏକ ଭିଡିଓ ମଧ୍ୟ CENTCOM ପକ୍ଷରୁ ଜାରି କରାଯାଇଛି।

CENTCOMର ଦାବି ଅନୁସାରେ, ପାନାମା ପତାକା ବହନ କରୁଥିବା ତୈଳ ଟ୍ୟାଙ୍କର M/T kiku ଉପରେ ଇରାନ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ବେଳେ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ବହନ କରୁଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଇରାନର ନିରୀକ୍ଷଣ ପ୍ରଣାଳୀ, ଯୋଗାଯୋଗ ନେଟୱାର୍କ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଡ୍ରୋନ୍ ଗୋଦାମ ଏବଂ ସମୁଦ୍ର ମାଇନ୍ କ୍ଷମତାକୁ ଟାର୍ଗେଟ କରାଯାଇଥିବା CENTCOM କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+