ନୂଆବର୍ଷରେ ବଡ଼ ଅଘଟଣ, ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୦ ମୃତ, ୩୦ ଆହତ
ନୂଆବର୍ଷ ଉତ୍ସବ ଚାଲିଥିବା ବେଳେ ଆମେରିକାର ନ୍ୟୁ ଅର୍ଲିୟନ୍ସ ସହରରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଏକ କାର୍ ଏକାଧିକ ଲୋକଙ୍କୁ ଧକ୍କା ଦେଇଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇଛି ।ଆମେରିକାର ନ୍ୟୁ ଓର୍ଲିନ ଫ୍ରେଞ୍ଚ କ୍ବାର୍ଟରରେ ଥିବା ବୋରବନ ଷ୍ଟ୍ରିଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ଥାନୀୟ ମେୟର କହିଛନ୍ତି। ହେଲେ ଏଫବିଆଇ ଏହା ଆତଙ୍କୀ ଆକ୍ରମଣ ନୁହେଁ ବୋଲି କହିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ନୂଆବର୍ଷ ପାଳନ ଲାଗି ବୋରବନ ଷ୍ଟ୍ରିଟରେ ସକାଳୁ ଲୋକଙ୍କ ଭିଡ଼ ରହିଥିଲା। ଏହି ସମୟରେ ଏକ ଦ୍ରୁତ୍ରଗାମୀ ପିକଅପ ଟ୍ରକ ମାଡ଼ି ଆସିଥିଲା। ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ି ଭିଡ଼ ଭିତରକୁ ଗାଡ଼ି ଛାଡ଼ି ଦେଇଥିଲେ। ପରେ ସେ ଭିଡ଼ ଭିତରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ପୁଲିସ ଅଭିଯୁକ୍ତ ଡ୍ରାଇଭର ଉପରକୁ ପାଲଟା ଗୁଳିମାଡ଼ କରିଥିଲେ। ଭିଡ଼ ଜମାଇଥିବା ଲୋକଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ହୋଇଥିବା ୩୦ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ଫ୍ରେଞ୍ଚ କ୍ବାର୍ଟର ଅଞ୍ଚଳରେ ଏହିପରି ଘଟଣା ଘଟିବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ଥାନୀୟ ପୁଲିସ ଏବଂ ପ୍ରଶାସନକୁ ସତର୍କ କରାଯାଇଥିଲା। ଉକ୍ତ ଅଞ୍ଚଳରେ ରୁଣ୍ଡ ନ ହେବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଥିଲା।












Click it and Unblock the Notifications