ଦୁବାଇରେ ପାର ହେଲା ୬୦ ଡିଗ୍ରି ପାର ପାରଦ
ଦୁବାଇ : ବର୍ତ୍ତମାନ ଅନେକ ଦେଶରେ ବର୍ଷା ବିତ୍ପାତ କାରଣରୁ ବନ୍ୟା ପରିସ୍ଥିତି ଉୁପୁଜୁଛି । କିନ୍ତୁ ଦୁବାଇରେ ବର୍ତ୍ତମା ୬୦ ଡିଗ୍ରି ପାର ହୋଇଛି ପାରଦ । ଗତକାଲି ଅର୍ଥାତ୍ ୧୬ ଜୁଲାଇ ୨୦୨୪ ଅପରାହ୍ନରେ ଦୁବାଇରେ ରେକର୍ଡ ହୋଇଛି ସବୁଠୁ ରେକର୍ଡ ତାପମାତ୍ରା । ଏତେ ଗରମ ଯେ ନର୍କର ସହର ସାଙ୍ଗେ ସମାନ ହୋଇ ଯାଇଛି ଦୁବାଇ ।
ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ତାପମାତ୍ରା ୧୪୪ ଡିଗ୍ରୀ ଫାରେନାଇଟ୍ ଥିଲା । ଏହାର ଅର୍ଥ ତାପମାତ୍ରା ୬୨.୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଏହା ୫୩.୯ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ଏହି ଭୟଙ୍କର ଗ୍ରୀଷ୍ମର ଉତ୍ତପରେ ସିଝିଛନ୍ତି ଦେଶବାସୀ । ଏହି ତାପମାତ୍ରା ରେକର୍ଡ ହେବା ସମୟରେ ବାୟୁ ମଧ୍ୟ ଗରମ ଥିଲା ।

ବାୟୁର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିଲା । ଡିଓ ପଏଣ୍ଟ ଯଥା ଆର୍ଦ୍ରତା ୮୫ ପ୍ରତିଶତ ଥିଲା । ତେଣୁ ତାପମାତ୍ରା ୬୨.୨୨ ଡିଗ୍ରୀ ସେଲସିୟସ ହୋଇଥିଲା












Click it and Unblock the Notifications