ଫେଲ୍ ମାରିଲା GPS, ମରୁଭୂମିରେ ପଡି ଭାରତୀୟ ଯୁବକଙ୍କ ଗଲା ଜୀବନ
ନୂଆଦିଲ୍ଲୀ : ସାଉଦି ଆରବର ମରୁଭୂ ରୁଭୂମିରେ ଭାର ଭାରତୀୟ ଯୁବକଙ୍କ ମୃତ୍ୟୁ । ପ୍ରବଳ ତାତି ସହ ଖାଦ୍ୟ ଓ ପାଣି ବିନା ତାଙ୍କ ଜୀବନ ଚାଲିଯାଇଛି । ମୋବାଇଲର GPS(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଫେଲ୍ ହୋଇଯିବାରୁ ବାଟ ଭୁଲି ମରୁଭୂମିକୁ ଚାଲିଯାଇଥିବାରୁ ଏପରି ଅଘଟଣ ଘଟଛି । ମୃତକ ତେଲେଙ୍ଗାନାର ୨୭ ବର୍ଷୀୟ ଯୁବକ ମହମ୍ମଦ ଶେହଜାଦ ଖାନ ।
ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ତେଲାଙ୍ଗାନାର 27 ବର୍ଷୀୟ ଯୁବକ ମହମ୍ମଦ ଶେହଜାଦ ଖାନ। ସେ ଗତ ତିନି ବର୍ଷ ହେବ ସାଉଦି ଆରବର ଏକ ଟେଲିକମ୍ୟୁନିକେସନ କମ୍ପାନୀରେ କାମ କରୁଥିଲେ। ଗତ ରବିବାର ଅର୍ଥାତ ଅଗଷ୍ଟ ୧୮ ତାରିଖରେ ମହମ୍ମଦ ଶେହଜାଦ, ସୁଡାନର ଜଣେ ବନ୍ଧୁଙ୍କ ସହ ରବ୍ ଅଲ ଖଲି ମରୁଭୂମି ଦେଇ ଯାଉଥିଲେ ।

ଏହି ସୟମରେ ସେମାନଙ୍କ ମୋବାଇଲର GPS ସିଗନାଲ୍ କାମ ନ କରିବାରୁ ବାଟ ହୁଡି ରବ୍ ଅଲ ଖଲି ମରୁଭୂମିକୁ ଚାଲି ଯାଇଥିଲେ। ଏହି ମରୁଭୂମିକୁ ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏହା 650 କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି।
ଠିକ୍ ସେହି ସମୟରେ ତାଙ୍କର ଗାଡ଼ିର ଇନ୍ଧନ ସରିବା ସହ ଜିପିଏସ୍ ମଧ୍ୟ କାମ କରିନଥ୍ଲା । ଉଭୟଙ୍କ ମୋବାଇଲ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ସେ କାହା ସହ ଫୋନ୍ ଯୋଗେ ସମ୍ପର୍କ କରି ସାହାଯ୍ୟ ମଧ୍ୟ ନେଇପାରି ନଥିଲେ । ଏଭଳି ପରିସ୍ଥିତିରେ ଉଭୟ ସେହି ଉତ୍ତପ୍ତ ମରୁଭୂମିରେ ଫସି ରହିଥିଲେ । ଶେଷରେ ମରୁଭୂମିରେ ପଡ଼ି ପଡ଼ି ସେମାନଙ୍କ ଜୀବନ ଚାଲିଯାଇଛି। ଘଟଣାର କିଛି ଦିନ ପରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି। ପ୍ରବଳ ଡିହାଇଡ୍ରେସନ ଏବଂ ଥକ୍କା କାରଣରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।












Click it and Unblock the Notifications