ଇରାନ ଉପରେ ଇସ୍ରାଏଲ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଯଦି ଆକ୍ରମଣ.....

ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେଇ ଇସ୍ରାଏଲ ଆଜି ଚେତାବନୀ ଦେଇଛି ଯେ ଯଦି ତେଲ ଅଭିଭ୍‌ ଉପରେ ଆକ୍ରମଣ ଜାରି ରହେ ତା'ହେଲେ ତେହରାନ ଜଳିଯିବ। ଇରାନର ଶକ୍ତିଶାଳୀ କ୍ଷେପଣାସ୍ତ୍ର ଆକ୍ରମଣରେ ତେଲ୍‌ ଅଭିଭ୍‌ର ଆବାସିକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ପରେ ଇସ୍ରାଏଲ ଏଭଳି ଧମକ ଦେଇଛି।

ଗତରାତିର ଆକ୍ରମଣ ଜବାବରେ ଆଜି ଇସ୍ରାଏଲ ଇରାନର ଏୟାର ଡିଫେନ୍ସ ସିଷ୍ଟମ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା, ଯାହା ଉତ୍ତେଜନାକୁ ଆହୁରି ବଢାଇଦେଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିବ ତା'ହେଲେ ତେହରାନ ଜଳି ଛାରଖାର ହୋଇଯିବ।

କାଟ୍‌ଜ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ଯଦି ଖେମିନି ଇରାନର ସଂପୂର୍ଣ୍ଣ ଧ୍ବଂସକୁ ରୋକିବାକୁ ଚାହୁଛନ୍ତି ତା'ହେଲେ କ୍ଷେପଣାସ୍ତ୍ର ଆକ୍ରମଣ ବନ୍ଦ ରଖିବାକୁ ହେବ। ଆଇଡିଏଫ ଅନୁଯାୟୀ, ଗତ ରାତିରୁ ଇରାନ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

iran

ସେଥିମଧ୍ୟରୁ ଅଧିକାଂଶ ଇସ୍ରାଏଲର ଏୟାର ଡିଫେନ୍ସ ଦ୍ୱାରା ନଷ୍ଟ ହୋଇଯାଇଥିଲା, କିନ୍ତୁ ୨୫% କ୍ଷେପଣାସ୍ତ୍ର ରୋକାଯିବା ସମ୍ଭବ ହୋଇନଥିଲା। କେତେକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ଆବାସିକ ଅଞ୍ଚଳରେ ପହଞ୍ଚିଥିଲା, ଯାହା ଫଳରେ ତେଲ ଅଭିଭ୍‌, ରମାତ୍ ଗୁନ୍ ଏବଂ ରିସୋନ୍ ଲିଜିଅନ୍ ସହରରେ କ୍ଷୟକ୍ଷତି ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+