ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନ ପୂର୍ବରୁ, ଫ୍ରାନ୍ସ ରେଳ ନେଟୱାର୍କ ଉପରେ ବଡ଼ ଆକ୍ରମଣ
Technical Attack On Train: ପ୍ୟାରିସରେ ଅଲିମ୍ପିକ୍ସ ଉଦଘାଟନ ହେବାର କିଛି ଘଣ୍ଟା ପୂର୍ବରୁ ଟ୍ରେନ୍ ନେଟୱାର୍କରେ ଏକ ବଡ଼ ଆକ୍ରମଣ ହୋଇଛି। ଫ୍ରାନ୍ସର ରେଳ କମ୍ପାନୀ SNCF ଶୁକ୍ରବାର ଦିନ କହିଛି ଯେ ହାଇ ସ୍ପିଡ୍ TGV ନେଟୱାର୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ହାଇ ସ୍ପିଡ୍ ନେଟୱାର୍କକୁ ଦୁର୍ବଳ କରିବା ।

ଯାହା ପରେ ଲୋକମାନେ ରେଳ ଲାଇନରେ ନିଆଁ ଲଗାଇ ଦେଇଥିହା ଦେଖିବା ପାଇଁ ମିଳିଛି । ଯାହା ଫଳରେ ଅନେର ଟ୍ରେନ୍ ରଦ୍ଦ ହୋଇଛି ଏବଂ ୮ ଲକ୍ଷରୁ ଅଧିକ ଲୋକ ଷ୍ଟେସନରେ ଫସି ରହିଛନ୍ତି । ହେଲେ ଏହି ଘଟଣା ପଛର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଏପରି ସ୍ଥିତି ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଯାତ୍ରା ସ୍ଥଗିତ ରଖିବାକୁ SNCF ନିବେଦନ କରିଛି ଏବଂ ବର୍ତ୍ତମନା ଟ୍ରେନ୍ ନେଟୱାର୍କରେ ଥିବା ତ୍ରୁଟିଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି । ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ଏପରି ଘଟଣା ଘଟିଛି । SNCF AFPକୁ ସୂଚନା ଦେଇଛି ଯେ TGV ନେଟୱାର୍କକୁ ପକ୍ଷାଘାତ କରିବା ପାଇଁ ଏହା ଏକ ବଡ଼ ଧରଣର ଆକ୍ରମଣ। ସେ କହିଛନ୍ତି ଯେ ଅନେକ ମାର୍ଗରେ ଟ୍ରେନ୍ ବାତିଲ କରାଯାଇଛି। ଜାତୀୟ ରେଳ ଅପରେଟର କହିଛନ୍ତି ଯେ 'SNCF ଏକାସାଙ୍ଗରେ ଏକାଧିକ ରେଳଲାଇନ ପ୍ରଭାବିତ ହୋଇଛି।
କୁହାଯାଉଛି ଯେ ରେଳ ନେଟୱାର୍କକୁ ଭଣ୍ଡୁର କରିବା ପାଇଁ ଅଗ୍ନିକାଣ୍ଡ କରାଯାଇଥିଲା, ଏହି ଘଟଣା ରେଳ ନେଟୱାର୍କକୁ ସମ୍ପୂର୍ଣ୍ଣ ବ୍ୟାହତ କରିଛି। ହାଇ ସ୍ପିଡ୍ ଟ୍ରେନ୍ ଗୁଡିକ କାର୍ଯ୍ୟ ଆରମ୍ଭ କରିବା ପାଇଁ କିଛି ଦିନ ଲାଗିପାରେ । ବର୍ତ୍ତମାନ ଦକ୍ଷିଣ-ପୂର୍ବ ଲାଇନ ପ୍ରଭାବିତ ହୋଇନାହିଁ। ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ସ୍ଥଗିତ ରଖିବାକୁ ଏବଂ ରେଳ ଷ୍ଟେସନଠାରୁ ଦୂରରେ ରହିବାକୁ SNCF ନିବେଦନ କରିଛି । ଏହି ଆକ୍ରମଣରେ ୮ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications