ଭୟଙ୍କର ବିସ୍ଫୋରଣ: ଜଳିଗଲେ ୧୮ ହଜାର ଗାଈ

ଆମେରିକା:ଆମେରିକା ପଶ୍ଚିମ ଟେକ୍ସାସରେ ଏକ ଗାଈଫାର୍ମରେ ଭୟଙ୍କର ବିସ୍ଫୋରଣ । ଅଗ୍ନିକାଣ୍ତରେ ପ୍ରାୟ ୧୮ହଜାରରୁ ଅଧିକ
ଗାଈଙ୍କର ମୃତ୍ୟୁ ହୋଇଛି । ତେବେ ଏପରି ଭୟଙ୍କର ଅଗ୍ନିକାଣ୍ତ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଫାର୍ମ ହାଉସର ମାଲିକ ମଧ୍ୟ ଏନେଇ କୌଣସି ସୂଚନା ଦେଇ ନାହାଁନ୍ତି ।

ସୂଚନା ଅନୁସାରେ, ଆମେରିକାରେ ଏପରି ଘଟଣା ପ୍ରଥମ ଥର ଦେଖିବା ପାଇଁ ମିଳିଛି । ପୂର୍ବରୁ ଏତେ ସଂଖ୍ୟାରେ ଗାଈଙ୍କର
ମୃତ୍ୟୁ କେବେ ହୋଇ ନଥିଲା । ରିପୋର୍ଟ ଅନୁସାରେ, ସୋମବାର ରାତି ଟେକ୍ସାସ ସ୍ଥିତ ଡିମିଟ୍ ଦକ୍ଷିଣ ଫୋର୍କ ଗାଈ ଫାର୍ମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଯାହା ଏକ କୋଠାରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରବର୍ତ୍ତି ସମୟରେ ନିଆଁ ପୁରା ଫାର୍ମହାଉସକୁ ବ୍ୟାପିଯାଇଥିଲା ।

USA

ଫାର୍ମ ହାଉସରେ ବିସ୍ଫୋରଣ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା ।
ହେଲେ ଏହା ପୂର୍ବରୁ ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ଫାର୍ମହାଉସ୍ ଭିତରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।

ସୂଚନାଥାଉ ଯେ, ଏହି ଫାର୍ମଟି ଟେକ୍ସାସର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଫାର୍ମ ଥିଲା । ତେବେ ୨୦୧୩ ମସିହାରୁ ଆନିମଲ୍ ୱେଲଫେୟାର ଇନଷ୍ଟିଚ୍ୟୁଡ୍ ଏପରି ଘଟଣା ଉପରେ ନଜର ରଖିବା ସହ ଅଗ୍ନିକାଣ୍ତ ରୋକିବା ପାଇଁ ଉଦ୍ୟମ କରୁଛି । ଗତ ୧୦ ବର୍ଷ ମଧ୍ୟରେ ଅଗ୍ନିକାଣ୍ତ କାରଣରୁ ପ୍ରାୟ ୬୫ ଲକ୍ଷ ପଶୁଙ୍କର ମୃତ୍ୟୁ ହୋଇସାରଲାଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+