ଆମେରିକାକୁ ଟାର୍ଗେଟ କରି ପୁଟିନ କହିଲେ ଉପନିବେଶ ଯୁଗ ଶେଷ ହୋଇଛି, କେହି କାହା ଉପରେ ପ୍ରଭାବ ପକାଇପାରିବେ ନାହିଁ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ଭାରତ ଏବଂ ଚୀନ ସହିତ ଏପରି ଦୁର୍ବ୍ୟବହାର କରିପାରିବେନି ବୋଲି ସେ ଟ୍ରମ୍ପଙ୍କୁ କହିବା ସହିତ କୁଟନୀତିର ଶିଷ୍ଟାଚାର ଶିକ୍ଷା ଦେଇଛନ୍ତି। ପୁଟିନ କହିଛନ୍ତି, ଟ୍ରମ୍ପ ଭାରତ ଏବଂ ଚୀନ ଉପରେ ଟାରିଫ ଏବଂ ପ୍ରତିବନ୍ଧକ ଲଗାଇ ଚାପ ପକାଇବାକୁ ଉଦ୍ୟମ ନ କରନ୍ତୁ। ଆପଣ ଭାରତ ଏବଂ ଚୀନ ସହିତ ଏପରି କଥାବାର୍ତ୍ତା କରିପାରିବେ ନାହିଁ।

ସାଂଘାଇ ସମନ୍ବୟ ସଂଗଠନ(ଏସସିଓ) ଶିଖର ସମ୍ମିଳଳୀ ପରେ ପୁଟିନ ଅନେକ ସମୟ ଧରି ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏସିଆର ଦୁଇ ମହାଶକ୍ତିକୁ ଦୁର୍ବଳ କରିବା ଲାଗି ଆର୍ଥିକ ଚାପ ପ୍ରୟୋଗ କରୁଥିବା ପୁଟିନ ଅଭିଯୋଗ କରିଥିଲେ। ଆମେରିକାର ଟାରିଫ ବ୍ୟବସ୍ଥା ଏହି ଦୁଇ ଦେଶକୁ ଦୁର୍ବଳ କରିବା ଲାଗି ଏକ ପ୍ରୟାସ। ଆମେରିକାକୁ ଚେତାବନୀ ଦେଇ ପୁଟିନ କହିଛନ୍ତି ଯେ, ଉପନିବେଶବାଦର ସେ ସମୟ ଚାଲିଗଲାଣି। ଟ୍ରମ୍ପଙ୍କୁ ମନେ ରଖିବାକୁ ହେବ ଯେ ସେ ରୁଷର ସହଯୋଗୀମାନଙ୍କ ସହ କଥା ହେବା ସମୟରେ କୌଣସି ଅପଶବ୍ଦ ବ୍ୟବହାର ନ କରିବା ଉଚିତ।
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପ୍ରଶ୍ନରେ ପୁଟିନ କହିଥିଲେ ଯେ ଏବେ ଉପନିବେଶ ଯୁଗ ଶେଷ ହୋଇଛି। କେହି କାହା ଉପରେ ପ୍ରଭାବ ପକାଇପାରିବେ ନାହିଁ। ପୁଟିନ ବେଜିଂର ଡିଆଓୟୁତାଇ ଷ୍ଟେଟ୍ ଗେଷ୍ଟହାଉସ୍ରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଏହା କହିଥିଲେ। ସେ ଏକ କଡ଼ା ଚେତାବନୀ ଦେଇଥିଲେ ଯେ କୌଣସି ଦେଶ ବିଶ୍ୱ ରାଜନୀତି କିମ୍ବା ସୁରକ୍ଷା ଉପରେ ପ୍ରଭାବ ପକାଇପାରିବ ନାହିଁ। ସେ କହିଥିଲେ ଯେ ଯଦିଓ ଭାରତ ଏବଂ ଚୀନ୍ ଭଳି "ଅର୍ଥନୈତିକ ମହାଶକ୍ତି" ଉଭା ହେଉଛନ୍ତି, ଏହାର ଅର୍ଥ ଏହା ନୁହେଁ ଯେ ସେମାନଙ୍କ ବିରୁଦ୍ଧରେ ଚାପ କିମ୍ବା ଦଣ୍ଡାତ୍ମକ ନୀତି ଗ୍ରହଣ କରାଯିବା ଉଚିତ। ସ୍ପଷ୍ଟ ଭାବରେ, ପୁଟିନଙ୍କ ବାର୍ତ୍ତା ସିଧାସଳଖ ଟ୍ରମ୍ପ ଏବଂ ଆମେରିକା ପାଇଁ ଥିଲା।












Click it and Unblock the Notifications