ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ:୨୨ ମୃତ
ତାଞ୍ଜାନିଆ: ତାଞ୍ଜାନିଆର ସିମିୟୁର ବାରିଆଡ଼ିରେ ଏକ ଖଣିରେ ଭୂସ୍ଖଳନ ଯୋଗୁଁ ଅଘଟଣ । ଯେଉଁଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୨ ଜଣଙ୍କ ମୃତ ଦେହକୁ ମଧ୍ୟ ଜବତ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ପାହଡ଼ ଧସିଥିବା ନେଇ ଖବର ରହିଛି ।

ସିମିୟୁ ଆଞ୍ଚଳିକ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମର କମାଣ୍ତରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୧୩ ତାରିଖରେ ସ୍ଥାନୀୟ ସମୟ ସକାଳ ୧୧ଟାରେ ବାରିଆଡ଼ି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ହୋଇଥିଲା । ଏହା ପରେ ଯୁଦ୍ଧକାଳୀନ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏହି ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁସୁହୁ ହାସନ ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଖଣିକୁ ବନ୍ଦ କରାଯାଇଛି ।












Click it and Unblock the Notifications