Get Updates
Get notified of breaking news, exclusive insights, and must-see stories!

ଶପଥ ଗ୍ରହଣ ସମାରୋହ କରିବନି ତାଲିବାନ: ଆର୍ଥିକ ଅଭାବ ନା ଅନ୍ୟ କିଛି କୂଟନୈତିକ କାରଣ ରହିଛି

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ସମୟରେ ଶପଥଗ୍ରହଣ ଉତ୍ସବ କରିବ ନାହିଁ ବୋଲି ତାଲିବାନ କହିଛି । ବହୁଳ ଅର୍ଥ ବ୍ୟୟ କରି ଶପଥ ଗ୍ରହଣ ଉତ୍ସବ କରିବ ନାହିଁ । ମୁଲ୍ଲା ହସନ ଅଖୁଁଦ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବ ସ୍ଥିର ହୋଇଛି। ପୂର୍ବରୁ ତାଲିବାନ ଘୋଷଣା କରିଥିଲା ଯେ ୯/୧୧ରେ ଶପଥ ଗ୍ରହଣ କରିବ ନୂତନ ସରକାର। ତେବେ ଏଭଳି ଆମେରିକା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବଦୀ ଆକ୍ରମଣକୁ ଆଜି ୨୦ ବର୍ଷ ପୂରୁଥିବାରୁ ସୃଷ୍ଟି ହୋଇଛି ବିବାଦ । ମିତ୍ର ରାଷ୍ଟ୍ରମାନଙ୍କ ଚାପର ବଶବର୍ତ୍ତୀ ହୋଇ ତାଲିବାନ୍‌ ନବଗଠିତ ଆଫଗାନିସ୍ତାନ କାମଚଳା ସରକାରର ଉଦ୍‌ଘାଟନୀ ଉତ୍ସବ ବାତିଲ କରିଥିବା କଥା ରୁଷ୍‌ର 'ଟାସ୍‌ ନିଉଜ୍‌ ଏଜେନ୍‌ସି' ଗତକାଲି ରିପୋର୍ଟ କରିଛି ।

taliban govt

ନୂଆ ସରକାରର ମନ୍ତ୍ରୀମାନଙ୍କ ଲିଷ୍ଟ ଜାରି ହେବା ପରେ ଅନୁମାନ କରାଯାଉଛି କି ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇପାରେ । ଏହି ଶପଥଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ, ଋଷ ସହ ଅନ୍ୟ ୩ ଟି ଦେଶକୁ ନିମନ୍ତ୍ରଣ କରାଯାଇପାରେ । ହେଲେ ଏଭଳି ଆୟୋଜନ କରି ଅର୍ଥ ବର୍ବାଦ କରିବାକୁ ମନା କରିଛି ତାଲିବାନ । ପୂର୍ବରୁ ତାଲିବାନ ଘୋଷଣା କରିଥିଲେ ୯/୧୧ରେ ଶପଥ ନେବା ପାଇଁ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣକୁ ଆଜି ୨୦ ବର୍ଷ ପୂରୁଥିବାରୁ ସୃଷ୍ଟି ହୋଇଛି ବିବାଦ । ମିତ୍ର ରାଷ୍ଟ୍ରମାନଙ୍କ ଚାପର ବଶବର୍ତ୍ତୀ ହୋଇ ତାଲିବାନ୍‌ ନବଗଠିତ ଆଫଗାନିସ୍ତାନ କାମଚଳା ସରକାରର ଉଦ୍‌ଘାଟନୀ ଉତ୍ସବ ବାତିଲ କରିଥିବା କଥା ରୁଷ୍‌ର 'ଟାସ୍‌ ନିଉଜ୍‌ ଏଜେନ୍‌ସି' ଗତକାଲି ରିପୋର୍ଟ କରିଛି ।

ଉପରୋକ୍ତ ଉଦ୍‌ଘାଟନୀ ଉତ୍ସବ ସେପ୍ଟେମ୍ବର ୧୧ ଅର୍ଥାତ୍‌ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ଶ ବାର୍ଷିକୀ ଦିନ ଆୟୋଜନ କରାଯାଇଥିଲା । କିନ୍ତୁ ଆଫଗାନ ସରକାରଙ୍କ 'କଲ୍‌ଚୁରାଲ୍‌ କମିସନ୍'ର ଅନ୍ୟତମ ସଦସ୍ୟ ଇନାମୁଲ୍ଲା ସମନଗନୀ ଟୁଇଟ୍‌ କରି କହିଥିଲେ, ଅଳ୍ପ କେଇ ଦିନ ତଳେ ନୂତନ ଆଫଗାନ ସରକାରର ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଜନସାଧାରଣଙ୍କୁ ଆଉ ବିଭ୍ରାନ୍ତ ନ କରାଇ 'ଇସ୍‌ଲାମିକ୍‌ ଏମିରେଟ୍‌ସ୍‌'ର ନେତୃତ୍ବ,(ଯାହା ଦ୍ୱାରା ତାଲିବାନ ନିଜକୁ ଡାକନ୍ତି) କ୍ୟାବିନେଟ୍‌ର କିଛି ଅଂଶ ଘୋଷଣା କରିଛି, ଏବଂ ତାହା କାର୍ଯ୍ୟ ଆରମ୍ଭ କରିସାରିଲାଣି ।କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ କାବୁଲ ସରକାରଙ୍କ ମଧ୍ୟସ୍ଥତା କରୁଥିବା କତାରକୁ ମସ୍କୋ ବାରମ୍ବାର ଜଣାଉଥିଲା କି, ୯/୧୧ ବାର୍ଷିକୀରେ ଆୟୋଜନ କରାଗଲେ ବି ସେ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଅଂଶ ଗ୍ରହଣ କରିବ ନାହିଁ ।ପ୍ରାପ୍ତ ଅନ୍ୟାନ୍ୟ ରିପୋର୍ଟ ଅନୁସାରେ, ଉକ୍ତ ଉଦ୍‌ଘାଟନୀ ଉତ୍ସବ 'ଅମାନବୀୟ' ମନେହେଉଥିବାରୁ ଆଦୌ ଉଦ୍‌ଘାଟନୀ ଉତ୍ସବ ନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା'ର 'ନାଟୋ' ମେଣ୍ଟ କତାରୀ ସରକାରଙ୍କ ଉପରେ ଚାପ ପକାଉଥିଲେ । ପ୍ରମୁଖ ମନ୍ତ୍ରୀମାନଙ୍କ ନାମ ସହ ମଙ୍ଗଳବାର ଦିନ ତାଲିବାନ୍‌ ଆଫଗାନିସ୍ତାନ ପାଇଁ କାମଚଳା ସରକାର ଘୋଷଣା କରିଥିଲା । ସାମଗ୍ରିକ ସରକାର ପାଇଁ ସେମାନେ ଭରସା ଦେଇଥିଲେ ମଧ୍ୟ ନୂତନ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ପୁରୁଷ ଏବଂ ତାଲିବାନ୍‌ କଠୋର ଅର୍ଥ କରିଥିବା 'ଶାରିୟା ଆଇନ' ଅନୁସାରେ ଶାସନ ଚାଲିବ ବୋଲି ସୂଚନା ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+