ତାଲିବାନ୍ ହାତକୁ ଆସିଲା ଆମେରିକା ଅସ୍ତ୍ର ଭଣ୍ଡାର
ତାଲିବାନ୍ ହାତକୁ ଆସିଲା ଆମେରିକା ଅସ୍ତ୍ର ଭଣ୍ଡାର
ଭୁବନେଶ୍ବର: ଦେଶକୁ ତାଲିବାନ୍ କବ୍ଜା କରିବା ପରେ ଆଫଗାନିସ୍ତାନର ଚିତ୍ର ବଦଳିବାରେ ଲାଗିଛି। ପୁରା ଦେଶରେ ଅରାଜକତାର ପରିସ୍ଥିତି ଦେଖାଦେଇଛି। ଅଶରଫ୍ ଗନି ଦେଶ ଛାଡି ପଳାୟନ କରିବା ପରେ ତାଲିବାନୀ ଆତଙ୍କି ଦେଶର ଗୋଟିଏ ପରେ ରାଷ୍ଟ୍ରୀୟ ସମ୍ପତ୍ତି କବ୍ଜା କରିବାରେ ଲାଗିଛି।

ଏଥି ମଧ୍ୟରେ ଆମେରିକା ଦେଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ପ୍ଲେନ୍, ଲଢୁଆ ହେଲିକେପ୍ଟର, ଡ୍ରୋନ୍ ତଥା ଅନେକ ଆଧୁନିକ ଯାନବାହନ ଅନ୍ତର୍ଭୁକ୍ତ। ପ୍ରାୟ ଏକମାସ ପୂର୍ବେ ଆଫଗାନିସ୍ତାନର ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆମେରିକାରୁ ମିଳିଥିବା ୭ ଗୋଟି ନୂଆ ହେଲିକେପ୍ଟରର ଫଟୋ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରାଯାଇଥିଲା।
ପୂର୍ବରୁ ଅଧିକ ଘାତକ ହୋଇପାରେ ତାଲିବାନ୍

କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳକୁ ଦଖଲ କରିଥିବା ତାଲିବାନ ଆଫ୍ଗାନ୍ ସେନାର ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଉପକରଣ ମଧ୍ୟ ଜବତ କରିଥିଲା । ଦେଶର କେତେକ ନୂତନ ଫଟୋରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀର ଯୁଦ୍ଧାସ୍ତ୍ର ଏବଂ ଗାଡିଗୁଡିକୁ ତାଲିବାନ୍ ନିଜ ଦଖଲକୁ ନେଇଯାଇଛି । ଆମେରିକାର ଅସ୍ତ୍ର ତଥା ଗାଡିଗୁଡିକୁ ମଧ୍ୟ ତାଲିବାନୀ ଆତଙ୍କି ବ୍ୟବହାର କରୁଥିବାର ଚିତ୍ର ନଜରକୁ ଆସିଛି। ଏହିସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯାନ ଯୋଗୁଁ ତାଲିବାନ୍କୁ ଅଧିକ ସାମରିକ ବଳ ମିଳିଛି।
ତାଲିବାନ୍ ହାତକୁ ଆସିଲା ୨ହଜାର ଯୁଦ୍ଧ ଗାଡି ଓ ରାଇଫଲ୍
ଆଫଗାନିସ୍ତାନ ସେନାକୁ ଆମେରିକା ୪୨୯ ମିଲିଟାରୀ ଗାଡି, ତଥା ୧୩୮୩ଟି ହମ୍ବି, ୫୫ଟି ମୋବାଇଲ୍ ଷ୍ଟ୍ରାଇକ୍ ଫୋର୍ସ ଗାଡି ଏବଂ ଅନ୍ୟାନ୍ୟ ରକ୍ଷା ଉପକରଣ ପ୍ରଦାନ କରିଥିଲା । ଏହା ବ୍ୟତିତ ହଜାର ହଜାର ସଂଖ୍ୟାରେ ଆମେରିକା ନିର୍ମିତ ରାଇଫଲ୍ସ ଗୁଡିକୁ କବ୍ଜା କରିଛି ତାଲିବାନ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ତାଲିବାନ୍ ଏବେ ଘାତକ ୟୁଏସ୍-୬୦ ବ୍ଲାକ୍ ହକ୍ ହେଲିକପ୍ଟରଗୁଡିକୁ ନିଜ ଅକ୍ତିଆରକୁ ନେଇଯାଇଛି। ଆଫ୍ଗାନ୍ ସୈନ୍ୟବାହିନୀରେ ସାମିଲ ଥିବା କେତେକ ମିଲିଟାରି ଡ୍ରୋନ୍ ମଧ୍ୟ ଏବେ କବ୍ଜାକୁ ଚାଲିଯାଇଛି ଏହି ଆତଙ୍କୀ ସଙ୍ଗଠନର। ଏସବୁ ରକ୍ଷା ଉପକରଣକୁ ନେଇ ବାଇଡେନ୍ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ବିକଳ୍ପ ପଦକ୍ଷେପ ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି।












Click it and Unblock the Notifications