୫୮ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ତାଲିବାନର ଦାବି
ପାକିସ୍ତାନକୁ ଆଫଗାନ ମନ୍ତ୍ରୀଙ୍କ ଚେତାବନୀ । ସୀମା ବିବାଦ ମଧ୍ୟରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଆଫଗାନ ମନ୍ତ୍ରୀ । ଭାରତ ଗସ୍ତରେ ଥିବାବେଳେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମୀର ଖାନ୍ ମୁତ୍ତାକୀ କହିଥିଲେ "ଯଦି ପାକିସ୍ତାନ ଭଲ ସମ୍ପର୍କ ଏବଂ ଶାନ୍ତି ଚାହୁଁନାହିଁ, ତେବେ ଆଫଗାନିସ୍ତାନ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି । ତାଙ୍କ ବିବୃତ୍ତି ପରେ ପରେ ପାକିସ୍ତାନୀ ବାୟୁସେନା ଆକ୍ରମଣର ଭୟଙ୍କର ଜବାବ ଦେଇଛି ତାଲିବାନ ।

୪ ଘଣ୍ଟାର ଅପରେସନରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଥିବା ଦାବି କରିଛି ତାଳିବାନ। ପାକିସ୍ତାନର କିଛି ଉପାଦାନ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁତ୍ତାକୀ କହିଥିଲେ। ମୁତ୍ତାକୀ ଆଫଗାନିସ୍ତାନର ସାହସ କଥା ପୁଣି ଥରେ ଦୋହରାଇଛନ୍ତି। ସୋଭିଏତ୍, ଆମେରିକା ଏବଂ ନାଟୋ ବାହିନୀକୁ ପରାସ୍ତ କରିବାର ଉଦାହରଣ ଦେଇ ପାକିସ୍ତାନକୁ ସତର୍କ କରାଇଛନ୍ତି।












Click it and Unblock the Notifications