ହାଇଆଲର୍ଟରେ ଚୀନ୍ ଓ ତାଇୱାନ୍ ସେନା ,କିପରି ରହିଛି ନାନସୀ ପେଲୋସିଙ୍କ ସୁରକ୍ଷା ବ୍ୟବସ୍ଥା
Taiwan LIVE: Nancy Pelosi’s Taiwan Visit ହାଇଆଲର୍ଟରେ ଚୀନ୍ ଓ ତାଇୱାନ୍ ସେନା ,କିପରି ରହିଛି ନାନସୀ ପେଲୋସିଙ୍କ ସୁରକ୍ଷା ବ୍ୟବସ୍ଥା
ତାଇପେଇ: ଚୀନର ବିରୋଧ ସତ୍ତ୍ବେ ଆମେରିକୀୟ ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନର ରାଜଧାନୀ ତାଇପେଇରେ ପହଞ୍ଚିଛନ୍ତି । କଡା ସୁରକ୍ଷା ମଧ୍ୟରେ ତାଇଓ୍ବାନର ରାଷ୍ଟ୍ରପତି ନାନସୀଙ୍କୁ ସ୍ବାଗତ କରିଛନ୍ତି । ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସୀଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ଯ୍ୟନ୍ତ ନେଇଥିଲେ । ଅନ୍ୟପଟେ ତାଇୱାନରେ ପାଦ ଦେଲେ ଅବସ୍ଥା ଭୟଙ୍କର ହେବ ବୋଲି କହିଛି ଚାଇନା । ହେଲେ ଏହି ଚେତାବନିକୁ ଖାତିର କରି ନାହିଁ ଆମେରିକା ।

ଗତକାଲି ରାତିରେ ନାନସୀ ପେଲୋସି ତାଇୱାନରେ ପହଁଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଆମେରିକାର ମିଲଟାରୀ ସାଟେଲାଇଟ ପ୍ରତି ସେକେଣ୍ଡରେ ନାନସୀଙ୍କ ଗସ୍ତ ଉପରେ ନଜର ରଖିଛି । ୬ଟି ସିକ୍ରେଟ୍ ସର୍ଭିସ ଫିଲ୍ଡ ଏଜେଣ୍ଟସ୍ ସମ୍ଭାବ୍ୟ ବିପଦ ଉପରେ କଡା ନଜର ରଖିଛନ୍ତି । ତାଇୱାନ ପକ୍ଷରୁ ମଧ୍ୟ ମିଲଟାରୀ ପୁଲିସ୍ ଟିମକୁ ପ୍ରତ୍ୟକ ସ୍ଥାନରେ ମୁତୟନ କରାଯାଇଛି । ତାଇୱାନର F-16 ଏୟାରକ୍ରାଫ୍ଟକୁ ମୁତୟନ କରାଯାଇଛି । ସେହିପରି ଆମେରିକାର ୨ ଟି P-8A ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଓ ୨ଟି RQ-1 ପ୍ରେଡେଟର ଡ୍ରୋନ ବି ନାନ୍ସିଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛି ।
ଚୀନ ଲଗାତାର ନାନସୀ ପେଲୋସିଙ୍କ ତାଇୱାନ ଗସ୍ତକୁ ବିରୋଧ କରିଆସୁଥିଲା । ଚୀନ କହିଛି ଆମେରିକା ତାଇୱାନର ବିଚ୍ଛିନତାବାଦକୁ ସମର୍ଥନ କରି ଆମେରିକା ଚୀନ ସହ ସମ୍ପର୍କ ଖରାପ କରିଛି । ନାନସୀ ପେଲୋସି ତାଇୱାନରେ ପହଞ୍ଚିବା କ୍ଷଣି ଚୀନରେ ଆଲର୍ଟ ଦେଖାଯାଇଥିଲା । ସିଭିଲ ଡିଫେନ୍ସର ଆଲାରାମ ବାଜିଛି । ନାନସୀ ତାଇୱାନରେ ପହଞ୍ଚିବା ପରେ କହିଛନ୍ତି, ଆମେ କେବଳ ତାଇୱାନ ଗଣତନ୍ତ୍ରକୁ ସମର୍ଥନ କରୁଛୁ । କେହି ଯଦି ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାହାର ବିରୋଧରେ ବାହାରିବ । ଗତ ୨୫ ବର୍ଷ ମଧ୍ୟରେ ତାଇୱାନରେ ଗସ୍ତରେ ଯିବାରେ ପ୍ରଥମେ ବ୍ୟକ୍ତି ହେଉଛନ୍ତି ନାନସୀ । ଏହି ଘଟଣାକୁ ନେଇ ଆମେରିକା ଓ ଚାଇନା ଏବେ ମୁହାଁମୁହିଁ ।
ଅନ୍ୟପଟେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବୁଧବାର ଆମେରିକାର ଗୃହ ବାଚସ୍ପତି ନାନସୀ ପେଲୋସିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ତାଇୱାନକୁ ସମର୍ଥନ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ ସାମରିକ ବିପଦକୁ ଦୃଷ୍ଟିରେ ରଖି ସେ ପଛକୁ ଫେରିବ ନାହିଁ ବୋଲି କହିଛନ୍ତି ।













Click it and Unblock the Notifications