ଉଗ୍ର ହେଲା ସିରିଆର ଗୃହ ଯୁଦ୍ଧ; ଦେଶ ଛାଡ଼ିଲେ ରାଷ୍ଟ୍ରପତି
ସିରିଆର ପରିସ୍ଥିତି ଭୟଙ୍କର ହୋଇପଡିଛି। ସିରିଆ ସେନା ଦୁର୍ବଳ ହୋଇପଡ଼ିଛି ଏବଂ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜାକୁ ନେଉଛନ୍ତି। ଏବେ ସେମାନେ ପ୍ରମୁଖ ସହର ହୋମ୍ସକୁ କବ୍ଜା କରି ଏବେ ଦମାସକସ ଆଡ଼କୁ ମୁହାଁଇଛନ୍ତି। ବିଦ୍ରୋହୀ ମାନେ ଦମାସକସକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିବା ଖବର ଆସିଛି।

ବିଦ୍ରୋହୀ କମାଣ୍ଡୋମାନେ ସେମାନଙ୍କର ତୋପ ଏବଂ ଯୁଦ୍ଧ ଉପକରଣ ସହିତ ଦମାସକସରେ ପହଞ୍ଚିଛନ୍ତି। ଅନ୍ୟ ସହରଗୁଡିକୁ ନିୟନ୍ତ୍ରଣ ପାଇଁ ଏକ ଭୟଙ୍କର ରକ୍ତାକ୍ତ ଯୁଦ୍ଧ ଚାଲିଛି ବୋଲି ସ୍ଥାନୀୟ ସହରବାସୀ କହିଛନ୍ତି। ଅନେକ ସ୍ଥାନରେ ଦୁଇପକ୍ଷ ବନ୍ଧୁକଧାରୀଙ୍କ ମଧ୍ୟ ଗୁଳି ବିନିମୟ ହେଉଛି।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶଛାଡି ଏକ ସ୍ୱତନ୍ତ୍ର ବିମାନରେ ଅଜ୍ଞାତ ଗନ୍ତବ୍ୟ ସ୍ଥାନକୁ ଯାଇଛନ୍ତି।
ଦମାସକସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟ ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ବଶର ଅଲ-ଆସାଦ କ୍ଷମତାଚ୍ୟୁତ ଆଶଙ୍କା କରି ତାଙ୍କର ବିଶ୍ୱସ୍ତମାନେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ହାମା, ଆଲେପ୍ପୋ ଏବଂ ଦରାକୁ ଦଖଲ କରିବା ପରେ ହୋମ୍ସ ହେଉଛି ଚତୁର୍ଥ ପ୍ରମୁଖ ସହର ଯାହାକୁ ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଯେଉଁ ଭିଡିଓଗୁଡ଼ିକ ସାମ୍ନାକୁ ଆସିଛି, ତାହା ସହରର ଦଖଲର କାହାଣୀ କହୁଛି। ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ସହର ହୋମ୍ସକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ବାହିନୀ ସହିତ ଲଢୁଥିବା ସିରିଆ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟର ଶବ୍ଦ ଶୁଣିବାକୁ ମିଳୁଛି ଏବଂ ରାସ୍ତାରେ ବନ୍ଧୁକଧାରୀ ବିଦ୍ରୋହୀଙ୍କୁ ଦେଖିବାକୁ ମିଳୁଛି।












Click it and Unblock the Notifications