ରୁଷ୍ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ : ରାଜନୈତିକ ଶରଣ ଦେଲେ ପୁଟିନ୍
ରୁଷ୍ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି। ବଶର୍ ଅଲ୍-ଅସଦଙ୍କ ସହ ପରିବାରକୁ ରାଜନୈତିକ ଶରଣ ଦେଲେ ପୁତିନ୍ । ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ । ରାଷ୍ଟ୍ରପତିଙ୍କ ପଳାୟନ ପରେ ଦାମାସ୍କସ୍କୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ।
ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି । ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା । ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି ।
ଘଟଣା ଉପରେ ସାରା ବିଶ୍ବର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ବାଗତ ଜଣାଇଛନ୍ତି । ବିଦ୍ରୋହୀମାନେ ରାଜଧାନୀ ଡାମସକସ୍ କବଜା କରିଥିବା ବେଳେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶଛାଡ଼ି ପଳାଇଯାଇଛନ୍ତି । ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡାମସକସରେ ପଶିଛନ୍ତି । ଏହାସହ ଏକାଧିକ ଅଚଳକୁ ନିଜ କବଜାକୁ ନେଉଛନ୍ତି ।

ଅନ୍ୟପଟେ ଦେଶର ସେନା ରାଜଧାନୀକୁ ବଞ୍ଚାଇବାକୁ ଯେପରି ଲଢ଼େଇ କରିବା କଥା ସେପରି କିଛି ଦେଖିବାକୁ ମିଳୁନାହିଁ। ୨୦୧୦ରେ ଯେତେବେଳେ ଆରବ ସ୍ପ୍ରିଙ୍ଗ ଆରମ୍ଭ ହୋଇଥିଲା, ଆଉ ଟ୍ୟୁନିସିଆ ଓ ୟେମେନ ପରି ଦେଶରେ ସରକାର ବଦଳାଇବାକୁ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଥିଲା । ସେତେବେଳେ ସିରିଆରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ ଓ ପ୍ରଦର୍ଶନ ହୋଇଥିଲା । ହେଲେ ଅସଦ ସରକାର ସେନା ଜରିଆରେ ଏହାକୁ ଦମନ କରବାକୁ ଚେଷ୍ଟା କରିଥିଲେ । ଫଳରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଅସଦ ସରକାରକୁ ରୁଷ୍ ଓ ଇରାନ ପରି ଦେଶ ସହାୟତା କରିଆସୁଥିଲେ ।
ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଗତକାଲି ଦେଶ ଛାଡିଥିଲେ ରାଷ୍ଟ୍ରପତି । ସେପଟେ ବିଦ୍ରୋହୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛନ୍ତି । ତାହାରି ଭିତରେ ରାଷ୍ଟ୍ରପତି ଦେଶ ଛାଡିବା ନେଇ ସୂଚନା ମିଳିବା ପରେ ସେଲିବ୍ରେସନ କରିଛନ୍ତି ବିରୋଧୀ । ଅନ୍ୟପଟେ ହିଂସା କାରଣରୁ ଦେଶରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ପ୍ରଭାବିତ ହୋଇଛନ୍ତି ଜନସାଧାରଣ ।












Click it and Unblock the Notifications