ୟେମେନରେ ଜୋରଦାର ଏୟାର ଷ୍ଟ୍ରାଇକ୍ କଲା ଆମେରିକା, ୭୮ ମୃତ
ୟେମେନ୍ର ରାଜଧାନୀ ସାନା ଓ ସାଦା ଅଞ୍ଚଳ ସମେତ ଆଫ୍ରିକା ନାଗରିକ ରହୁଥିବା ଏକ ଶିବିର ଉପରେ ଆମେରିକା ପକ୍ଷରୁ ଆକାଶମାର୍ଗରୁ କରାଯାଇଥିବା ଆକ୍ରମଣକୁ ଇରାନ ଦୃଢ଼ ନିନ୍ଦା କରିଛି । ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ ବାଘେଲ କହିଛନ୍ତି ରବିବାରର ବୋମା ଆକ୍ରମଣକୁ ନିନ୍ଦା କରିଛନ୍ତି ।

ଏହି ଆକ୍ରମଣରେ ୭୮ଜଣ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ୬୮ଜଣ ଆଫ୍ରିକାନ ପ୍ରବାସୀ ଅଛନ୍ତି । ସଂପୃକ୍ତ ପ୍ରବାସୀମାନଙ୍କୁ ସାଦା'ର ଏକ କେନ୍ଦ୍ରରେ ଅଟକ ରଖାଯାଇଥିଲା । ବାଘେଲ କହିଛନ୍ତି ଆମେରିକା ସେନାର ଆକ୍ରମଣ ଯୋଗୁଁ ୟେମେନ୍ର ଅନେକଗୁଡ଼ିଏ ଜନବସତି ଅଞ୍ଚଳ କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।












Click it and Unblock the Notifications