ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍
ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ତେବେ ଡ୍ରୋନ୍ଟି ପୁଣିଥରେ ପାକିସ୍ତାନ ଆଡକୁ ଚାଲି ଯାଇଥିଲା। ଏହି ଘଟଣା ପରେ ପୋଲିସ ଓ ସୁରକ୍ଷା କର୍ମୀମାନେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛନ୍ତି।
ଅଧିକାରୀଙ୍କ ମତରେ ଡ୍ରୋନ ମାଧ୍ୟମରେ ହତିଆର କିମ୍ବା ମାଦକ ଦ୍ରବ୍ୟ ତସ୍କରୀର ଆଶଙ୍କା ଥିବାରୁ ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ଶୁକ୍ରବାର (ଜାନୁଆରୀ ୩୦) ମଧ୍ୟ ସାମ୍ବା ଜିଲ୍ଲାର ରାମଗଢ଼ ସେକ୍ଟରର ରତନପୁର ଗ୍ରାମ ନିକଟରେ ପାକିସ୍ତାନରୁ ଆସିଥିବା ଏକ ଡ୍ରୋନ ଭାରତୀୟ ଅଞ୍ଚଳ ଉପରେ କିଛି ସମୟ ମଣ୍ଡରାଇଥିଲା ଏବଂ ପରେ ଫେରିଯାଇଥିଲା। ଏହି ମାସରେ ନିୟନ୍ତ୍ରଣ ରେଖା (LoC) ଓ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଏପରି ବହୁ ସନ୍ଦିଗ୍ଧ ଡ୍ରୋନ ଦେଖାଯାଇଛି, ଯାହାଦ୍ୱାରା ଆଣ୍ଟି-ଡ୍ରୋନ ସିଷ୍ଟମ୍କୁ ସକ୍ରିୟ କରାଯାଇଛି।













Click it and Unblock the Notifications