ଫିଲିପାଇନ୍ସରେ ତାଣ୍ଡବ ରଚିଛି ସୁପର ଟାଇଫୁନ ’ରାଗାସା, ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ଫିଲିପାଇନ୍ସରେ ଶକ୍ତିଶାଳୀ 'ରାଗାସା'ତାଣ୍ଡବ ରଚିଛି । 'ରାଗାସା'ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।

Ragasa

ସୂଚନାନୁଯାୟୀ, ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିବା ସହିତ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ଏହାରି ମଧ୍ୟରେ ଫିଲିପାଇନ୍ସ ମଧ୍ୟ ହାଇ ଆଲର୍ଟ ଜାରି କରିଛି । ଫିଲିପାଇନ୍ସ ବ୍ୟତୀତ ଏହାର ପ୍ରଭାବ ହଂକଂ, ତାଇୱାନ୍ ଏବଂ ଚୀନ୍ ଉପରେ ପଡିଥିବା ଜଣାପଡିଛି । ଫଳରେ ତାଇୱାନ ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଥିଲାବେଳେ ହଂକଂ ବିମାନବନ୍ଦର ଆଗାମୀ ୩୬ ଘଣ୍ଟା ପାଇଁ ସମସ୍ତ ଉଡ଼ାଣ ବନ୍ଦ କରିଛି । ଏହି ଭୟଙ୍କର ଝଡ଼ ପାଇଁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ଅନ୍ୟପଟେ ଚୀନର ସନଜେନ ସହରରୁ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ପୂର୍ବ ତାଇୱାନର ହୁଆଲିଏନ୍ କାଉଣ୍ଟିରୁ ପ୍ରାୟ ୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଝୁହାଇ ଏବଂ ଜିଆଙ୍ଗମେନରେ ସ୍କୁଲ ସମେତ କାମ, କାରଖାନା, ବସ୍ ଏବଂ ଦୋକାନ ବନ୍ଦ ରହିଥିବାବେଳେ ତାଇୱାନରେ ମଧ୍ୟ ସମସ୍ତ ସେବା ବନ୍ଦ କରାଯାଇଛି । ବନ୍ୟା ଏବଂ ଝଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+