୮ ଦିନ ପାଇଁ ଯାଇ ୯ ମାସ ଫସିଥିଲେ ସୁନିତା ୱିଲିୟମ୍ସ,ଜାଣନ୍ତୁ କେମିତି ଥିଲା ପୁରା ଯାତ୍ରା

ସୁନୀତା... ସୁନୀତା... ସୁନୀତା... ସବୁଠି ଶୁଭୁଛି ସୁନୀତା...ସୁନୀତା... । ସାରା ବିଶ୍ବରେ ଏବେ ଗୋଟିଏ ନାଁ ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ ଏବେ ତାଙ୍କୁ ନେଇ ସବୁଠି ପ୍ରଶଂସା, ସବୁଠି ସ୍ବାଗତ ଏବଂ ତାଙ୍କରି ଚର୍ଚ୍ଚା ଆଲୋଚନା । କିଏ ତାଙ୍କ ଧର୍ୟ୍ୟ ଓ ସାହସକୁ ସଲାମ କରୁଛି ତ କିଏ ତାଙ୍କ ଆୟୁଷକୁ । ୬୦ ବର୍ଷରେ ମହାକାଶରେ ଜୀବନ ସହ ସଂଗ୍ରାମ କରି ନୂଆ ଜୀବନ ପାଇଛନ୍ତି ସୁନୀତା । ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ମିଳିଛି ବଡ଼ ସଫଳତା । ଏକାଧିକ ଚେଷ୍ଟା ପରେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଓ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ । ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ର ତଟରେ ସ୍ପେଶ-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ ।

Sunita Williams
କିପରି ଥିଲା ୯ ମାସର ମହାକାଶ ଜୀବନ?
୮ ଦିନ ପାଇଁ ପ୍ରସ୍ତତି କରି ଯାଇଥିଲେ ମହାକାଶ
୯ ମାସ ରହିଥିଲେ ସୁନୀତା ଓ ସହଯୋଗୀ
ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ
ବ୍ରେକଫାଷ୍ଟରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ
ପିଜା, ଚିଙ୍ଗୁଡି ମାଛ କକଟେଲ୍ସ, ପୋଡ଼ା ଚିକେନ, ଚୁନା ମାଛ ଖାଉଥିଲେ
କମ୍ ପରିମାଣର ଫଳ, ପନିପରିବା ଖାଉଥିଲେ ସୁନୀତା
ପ୍ୟାକେଟିଂ ଥିଲା ଫଳ ଓ ପରିବା ଉପଲବ୍ଧ ରହୁଥିଲା
ପ୍ରତି ତିନି ମାସରେ ସ୍ପେସ୍ ଷ୍ଟେସନକୁ ଖାଦ୍ୟ ଯାଉଥିଲା
ଖାଦ୍ୟ ମୁଖ୍ୟତଃ ଶୁଖିଲା ରହୁଥିଲା
ଖାଦ୍ୟକୁ ଗରମ କରି ଖାଉଥଲେ ମହାକାଶଚାରୀ
ମାଂସ ଓ ଅଣ୍ଡା ପୃଥିବୀରୁ ରନ୍ଧା ହୋଇ ପଠାଯାଉଥିଲା
ଆବଶ୍ୟକ ସମୟରେ ଗରମ କରି ଖାଦ୍ୟ ଖାଉଥିଲେ
ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା
ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ

୨୦୨୪, ଜୁନ୍ ୫- ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ସାଥୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମହାକାଶ ଯାତ୍ରା କରିଥିଲେ । ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ପଠାଯାଇଥିଲା। ପୃଥିବୀ ପୃଷ୍ଠରୁ ପ୍ରାୟ ୪ଶହ କିମି ଉପରେ ଶୂନ୍ୟରେ ରହିଛି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର । ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଲା ।
ପ୍ରଥମେ ବୋଇଂ ଷ୍ଟାରଲାଇନରୁ ହିଲିୟମ୍ ଗ୍ୟାସ ଲିକ୍ କରୁଥିବା ଜଣାପଡିଥିଲା

ପରେ ମହାକାଶ ଯାନର ୪ଟି ଥ୍ରଷ୍ଟ ପଏଣ୍ଟ କାମ କରୁନଥିବା ସୂଚନା ମିଳିଥିଲା
ପରବର୍ତ୍ତୀ ସମୟରେ ମହାକାଶ ଯାନର ଅନ୍ୟ ପଏଣ୍ଟରୁ ହିଲିୟମ୍ ଗ୍ୟାସ ଲିକ୍ ହୋଇଥିଲା
ଏହାପରେ ବୋଇଂ ଷ୍ଟାରଲାଇନରେ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲା ନାସା ।
ସେବେଠାରୁ ମହାକାଶରେ ଫସି ରହିଥିଲେ ସୁନୀତା ଓ ବଚ୍ ୱିଲମୋର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+