ଟ୍ରମ୍ପଙ୍କ ପ୍ରତିଶ୍ରୁତି ଦେଲାନି କାମ , ପୁଣି ସ୍ଥଗିତ ରହିଲା ସୁନୀତାଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନ
ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ଥରେ ଅଟକି ଯାଇଛି । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବା ପାଇଁ ବହୁତ ଆଶା ଥିଲା । ସୁନିତାଙ୍କ ଫେରିବା ସୁନିଶ୍ଚିତ କରିବା ପାଇଁ ଆମେରିକୀୟ ମହାକାଶ ସଂସ୍ଥା ନାସା କ୍ରୁ-୧୦ ନାମକ ଏକ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ସ୍ଥିର କରାଯାଇଥିଲା ।
କିନ୍ତୁ ଯାନ୍ତ୍ରିକ ଅସୁବିଧା ଯୋଗୁଁ, କ୍ରୁ-୧୦ର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । ନାସା କହିଛି ଯେ ହାଇଡ୍ରୋଲିକ୍ ସିଷ୍ଟମରେ ସମସ୍ୟା ଯୋଗୁଁ କ୍ରୁ-୧୦ର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡିଲା। ସୁନୀତା ଏବଂ ୱିଲମୋର ୨୦୨୪ ଜୁନରେ ମହାକାଶ ଯାତ୍ରା କରିଥିଲେ। ମୋଟ ୮ ଦିନ ପାଇଁ ସେମାନେ ମହାକାଶରେ ରହିବାର ଥିଲା। କିନ୍ତୁ ୮ ଦିନିଆ ମିସନ ଏବେ ୯ମାସରେ ପରିଣତ ହେଲାଣି। ସେମାନଙ୍କୁ ମହାକାଶକୁ ନେଇ ଯାଇଥିବା ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସୁନୀତା ଏବଂ ୱିଲମୋର ଧାର୍ଯ୍ୟ ସମୟରେ ଫେରିପାରି ନ ଥିଲେ।

ସେମାନଙ୍କୁ ଫେରାଇ ଆଣିବାରେ ନାସା ଅସମର୍ଥ ହେବାରୁ ଏଲନ ମସ୍କଙ୍କ ସେଶ ଏକ୍ସର ସହାୟତା ନିଆଯାଇଥିଲା। ସ୍ପେଶ୍ ଏକ୍ସର ଡ୍ରାଗନ ଏୟାରକ୍ରାଫ୍ଟ ଯାନ ସହାୟତାରେ ସେମାନଙ୍କୁ ଫେରାଇ ଆଣିବାର ଯୋଜନା ହୋଇଥିଲା। ଏଥିପାଇଁ ଏହି ଯାନଟି ମାର୍ଚ୍ଚ ୧୨ ତାରିଖରେ କେନେଡି ସ୍ପେଶ ସେଣ୍ଟରରୁ ଯାନଟି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଡ଼ାଣ ଆରମ୍ଭ କରିବାର ଥିଲା। ମାତ୍ର ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି।












Click it and Unblock the Notifications