ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ? କାହିଁକି ହେଉଛି ବିଳମ୍ବ

ନୂଆଦିଲ୍ଲୀ: ମହାକାଶରୁ କେବେ ଫେରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ । ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଯାଇଛନ୍ତି ସୁନୀତା । ନାସାର ଖାମଖିଆଲି ମନୋଭାବ ପାଇଁ ସୁନୀତା ଏବଂ ସହକର୍ମୀ ମାହାକାଶରେ ଫସିଯାଇଥିବା ଚର୍ଚ୍ଚା ହେଉଛି ।

ତାଙ୍କ ସହ ବଚ୍ ୱିଲମୋର ଜୁନ୍ ୫ରେ ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ମହାକାଶକୁ ଯାଇଥିଲେ । ସେବେଠାରୁ ସେ ମହାକାଶରେ ଅଟକି ରହିଛନ୍ତି । ତାଙ୍କର ପ୍ରାରମ୍ଭିକ ମିଶନ ୮ ଦିନ ଧରି ଚାଲିଥିଲା, କିନ୍ତୁ ମହାକାଶଯାନରେ ତ୍ରୁଟି ଥିବାରୁ ସେ ଫେରିପାରୁ ନାହାନ୍ତି । ଏହା ବୋଇଙ୍ଗ ଷ୍ଟାରଲିନରର ପ୍ରଥମ ଉଡ଼ାଣ ଥିଲା ।

ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ବିଫଳତା ଯୋଗୁ ତାଙ୍କର ପୃଥିବୀରେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଉଛି । ପ୍ରଶ୍ନ ମଧ୍ୟ ଉଠିଛି ଯେ ଯେତେବେଳେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରୁଷିଆର କ୍ୟାପସୁଲ୍ ପ୍ରସ୍ତୁତ ହୋଇ ରହିଛି, ସେତେବେଳେ ଉଭୟଙ୍କୁ କାହିଁକି ପୃଥିବୀକୁ ଅଣାଯାଉ ନାହିଁ ।

Sunita Williams

ମହାକାଶ ପ୍ରତିଯୋଗିତା ଯୋଗୁ ଆମେରିକା ଏହାର ପାରମ୍ପାରିକ ଶତ୍ରୁ ରୁଷିଆର ସାହାଯ୍ୟ ମାଗୁନାହିଁ ବୋଲି କୁହାଯାଉଛି । ତେବେ ଆମେରିକା-ରୁଷିଆ ବିବାଦ ଯୋଗୁ ସୁନୀତାଙ୍କ ଜୀବନ ବିପଦରେ ପଡ଼ିଛି । ତାଙ୍କୁ ବଞ୍ଚାଇବାରେ ସମସ୍ୟା ସୃଷ୍ଟି ହୋଇଛି । ଇସ୍ରୋର ପୂର୍ବତନ ବୈଜ୍ଞାନିକ ବିନୋଦ ଶ୍ରୀବାସ୍ତବଙ୍କ ଅନୁଯାୟୀ, ସୁନୀତାଙ୍କ ମହାକାଶଯାନର ତ୍ରୁଟି ହାର୍ଡୱେର ସମ୍ବନ୍ଧୀୟ ନୁହେଁ ।

ଏହାର ସଫ୍ଟୱେର୍କୁ ଠିକ୍ କରାଯାଉଛି । ଷ୍ଟାରଲିନର୍ କିମ୍ବା ନାସା ମଧ୍ୟ ଏହାର ସୁଧାର ପାଇଁ ଚେଷ୍ଟା କରୁଛନ୍ତି । କାହାଠାରୁ ସାହାଯ୍ୟ ମାଗିବା ପରିବର୍ତ୍ତେ ସେମାନେ ଯାନର ତ୍ରୁଟି ସୁଧାରିବାରେ ବ୍ୟସ୍ତ ଅଛନ୍ତି । ଯେହେତୁ ସେମାନଙ୍କ ପାଖରେ ୪୫ ରୁ ୭୨ ଦିନ ବାକି ଅଛି, ସେମାନେ ସାହାଯ୍ୟ ମାଗିବାରେ ଦ୍ୱିଧା କରୁଛନ୍ତି ।

ସୁନୀତା ୱିଲିୟମ୍ସ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ମହାକାଶରେ ରହିବା ପରେ ସେ ଚଳିତ ମାସ ୧୪ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାଙ୍କ ଫେରିବାରେ ବିଳମ୍ବ ହୋଇଥିଲା। ସେମାନଙ୍କ ଫେରିବାର ନୂଆ ତାରିଖ ବିଷୟରେ ନାସା ଏପର୍ଯ୍ୟନ୍ତ କିଛି କହିନାହିଁ। ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର କେବେ ଫେରିବେ ସେନେଇ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହିଁ ।

ସେପଟେ ଷ୍ଟାରଲାଇନରର ଇନ୍ଧନ କ୍ଷମତା ୪୫ ଦିନ ଥିବା ବେଳେ ଏହି ମିଶନ ଆରମ୍ଭରୁ 26 ଦିନ ବିତିଗଲାଣି ଏବଂ ଏବେ ମାତ୍ର ୨୩ ଦିନ ବାକି ଅଛି । ଏହା ଭିତରେ ଯଦି ସେମାନେ ପୃଥିବୀକୁ ନଫେରନ୍ତି ତାହାଲେ ଏହା ତାଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ବର୍ତ୍ତମାନ ଉଭୟ ନାସା ଏବଂ ସୁନୀତା ଓ ତାଙ୍କ ସାଥୀ ନିରାପଦ ପ୍ରତ୍ୟାବର୍ତ୍ତନ ଉପରେ କାର୍ଯ୍ୟ କରୁଛନ୍ତି । ମହାକାଶରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ କିପରି ସୁଧାରିବେ ସେନେଇ ଚେଷ୍ଟା ଜାରି ରଖିଥିବା ବେଳେ ଏଥିରେ କୌଣସି ସୁଧାର ଦେଖାଯାଉନଥିବା ସୂଚନା ମିଳୁଛି । ଯାହାପରେ ଏବେ ସୁନିତାଙ୍କ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+