ଆଜି ମହାକାଶରୁ ବାହାରିବେ ସୁନୀତା ; ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିବେ

ଦୀର୍ଘ ୯ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ଓ ବୁଚ୍ ୱିଲମୋର । ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୈଜ୍ଞାନିକମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି ।

Sunita

ଯେଉଁଥିଲେ ଉଭୟ ସୁନୀତା ଓ ବୁଚ୍ ଏକ୍ସରସାଇଜ୍ କରୁଥିବାର ଦେଖିବାକୁ ମିଳିଛି । ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିବେ । ଆଉ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ସ୍ପେଶ୍ କ୍ରାଫ୍ଟ ଜରିଆରେ ସେମାନେ ଫେରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୁନୀତା ଓ ବୁଚ୍ । ଆଜି ସକାଳ ୧୦ଟା ୪୫ରେ ଆରମ୍ଭ ହେବ ଅନ୍ ଡକିଂ ପ୍ରକ୍ରିୟା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌ରୁ ଅନ୍‌ ଡକିଂ କରିବା ପରେ ପୃଥିବୀ ପୃଷ୍ଠ ଆଡକୁ ଆସିବେ ।

ଆଉ ଆସନ୍ତାକାଲି ଭୋର ସାଢେ ୩ଟାରେ ପୃଥିବୀରେ ପହଞ୍ଚିବେ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ । ଏବେ ନାସା ପକ୍ଷରୁ ସ୍ପେସ୍‌ ଏକ୍ସର ଫାଲକନ୍‌-୯ ରକେଟକୁ ଗୁରୁବାର କେନେଡି ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଥିଲା । ତେବେ ୧୯ ତାରିଖ ସୁଦ୍ଧା ସୁନିତା ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+