ପାକିସ୍ତାନରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ: ୧୭ ସୈନ୍ୟ ମୃତ
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଗୋଟିଏ ସେନା ପୋଷ୍ଟ ନିକଟରେ ହୋଇଛି ଆତ୍ମଘାତୀ ହମଲା। ଜଣେ ଆତଙ୍କବାଦୀ ବିସ୍ଫୋରକ ଖଚିତ ଗାଡ଼ି ସହ ନିଜକୁ ଚେକ ପୋଷ୍ଟ ନିକଟରେ ବିସ୍ଫୋରଣ କରି ଉଡ଼ାଇ ଦେଇଛି ଏହି ଆକ୍ରମଣରେ ୧୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଛନ୍ତି । ପାକିସ୍ତାନୀ ତାଲିବାନର ହାଫିଜ୍ ଗୁଲ୍ ବାହାଦୂର ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି ।
ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ପାକିସ୍ତାନରେ ଜଣେ ଆକ୍ରମଣକାରୀ ସୁରକ୍ଷା ପୋଷ୍ଟ ନିକଟରେ ନିଜର ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଏଥିରେ ପାଖାପାଖି ୧୭ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଗୁଇନ୍ଦା ତଥା ସୁରକ୍ଷା ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ଫାୟାରିଂ ଖବର ମଧ୍ୟ ରହିଛି, ଯେଉଁଥିରେ ଆହତମାନଙ୍କ ସଂଖ୍ୟା ଆହୁରି ବଢ଼ିଯାଇଛି ।

ତେବେ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଜାରି କରାଯାଇ ନାହିଁ । କିନ୍ତୁ ଆତଙ୍କୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏକ ଅପରେସନ ଚଳାଇଥିବା ଗୁଇନ୍ଦା ଅଧିକାରମାନେ କହିଛନ୍ତି । ପାକିସ୍ତାନୀ ତାଲିବାନକୁ 'ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)' ନାମରେ ମଧ୍ୟ ଜଣାଯାଇଥାଏ । ଏହା ଏକ ପୃଥକ ଗୋଷ୍ଠୀ, କିନ୍ତୁ ଏହି ଗୋଷ୍ଠୀ ଆଫଗାନିସ୍ତାନ ତାଲିବାନର ସହଯୋଗୀ, ଯିଏ ୨୦୨୧ରେ ଅଫଗାନିସ୍ତାନରେ ଶାସନ ସମ୍ଭାଳିଥିଲା । ଟିଟିପି ପାଇଁ ଆଫଗାନିସ୍ତାନରେ ତାଲିବାନର କବଜା ସଫଳ ହୋଇଥିଲା । ଏହାର ପ୍ରମୁଖ ନେତା ଓ ଯୋଦ୍ଧା ଆଫଗାନିସ୍ତାନରେ ଲୁଚି ରହିଛନ୍ତି ।












Click it and Unblock the Notifications