କାବୁଲରେ ଆତ୍ମଘାତୀ ବିସ୍ଫୋରଣ, 19 ମୃତ

ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । ଆଜି ସକାଳ ସମୟରେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି ।

କାବୁଲ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । ଆଜି ସକାଳ ସମୟରେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ 19ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 27 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଆକ୍ରମଣ ପଛରେ କିଏ ଦାୟୀ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

blast

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସହରର ପଶ୍ଚିମ ଦାଶ-ଇ-ବାରଚି ଅଞ୍ଚଳରେ ଥିବା କାଜ ଶିକ୍ଷା କେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଛି।ଜଣେ ସ୍ଥାନୀୟ ସାମ୍ବାଦିକ ଟ୍ୱିଟ କରି କହିଛନ୍ତି, "ଆମେ ଏପର୍ଯ୍ୟନ୍ତ ଆମର ଛାତ୍ରମାନଙ୍କ 19 ଟି ମୃତଦେହ ପାଇଛୁ। ନିହତ ଛାତ୍ରଙ୍କ ସଂଖ୍ୟା ବହୁତ ଅଧିକ। ପରୀକ୍ଷା ଚାଲିଥିବା ବେଳେ ହୋଇଛି ବିସ୍ଫୋରଣ ଏନେଇ ପୋଲିସ ମୁଖପାତ୍ର ଖଲିଦ୍ ଜଦ୍ରନ କହିଛନ୍ତି।

ଆଫଗାନିସ୍ତାନ ଗସ୍ତରେ ଥିବା ଆମେରିକାର ମିଶନରେ ଚାର୍ଜ ଡି'ଫେୟାର କରିନା ଡେକର ଏକ ଟ୍ୱିଟରେ କହିଛନ୍ତି ଯେ "କାଜ ଉଚ୍ଚଶିକ୍ଷା କେନ୍ଦ୍ର ଉପରେ ଆଜି ହୋଇଥିବା ଆକ୍ରମଣକୁ ଆମେରିକା ଦୃଢ଼ ନିନ୍ଦା କରିଛି। ପରୀକ୍ଷା ଦେଉଥିବା ଛାତ୍ରମାନଙ୍କ ପରିପୂର୍ଣ୍ଣ କୋଠରୀକୁ ଟାର୍ଗେଟ କରିବା ଲଜ୍ଜାଜନକ। "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+