Get Updates
Get notified of breaking news, exclusive insights, and must-see stories!

WHOର ବଡ଼ ଘୋଷଣା, ଛଟେଇ ହେବେ......

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ସଙ୍ଗଠନର ମୁଖ୍ୟ । ଏହାପଛର ମୁଖ୍ୟ କାରଣ ହେଉଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପଣ୍ଡିଂ କରିବା ପାଇଁ ମନା କରିଦେବା ପରେ ସଙ୍ଗଠନରେ ଆର୍ଥିକ ମନ୍ଦାବସ୍ଥା ଦେଖିବାକୁ ମିଳିଛି । ଯେଉଁ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଆମେରିକା ଦ୍ୱାରା ଡବ୍ଲୁ୍ୟଏଚଓ ଅଧିକ ମାତ୍ରାରେ ଲାଭବାନ୍ ହେଉଥିଲା । କିନ୍ତୁ ଟ୍ରମ୍ପ ସଙ୍ଗଠନରୁ ଓହରିବା ନେଇ ଘୋଷଣା କରିବା ପରେ କର୍ମଚାରୀ ସଂଖ୍ୟା କମାଇବା ନେଇ ନିଷ୍ପତ୍ତି ନିଆଯାଇଥିବା ସଙ୍ଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସସ୍ କହିଛନ୍ତି । ଆମେରିକା ଆର୍ଥିକବର୍ଷ ୨୦୨୨-୨୩ରେ ଡବ୍ଲୁ୍ୟଏଚଓକୁ ୧.୩ ବିଲିୟନ୍ ଡଲାର ପାଣ୍ଠି ଯୋଗାଇଥିବାବେଳେ କିନ୍ତୁ ଗତବର୍ଷ ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ୱାଶିଂଟନ୍ ପକ୍ଷରୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ ।

who

ଆର୍ଥିକ ସହାୟତା କମିବା କାରଣରୁ ସଙ୍ଗଠନ ମୁଖ୍ୟ ନୂଆ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ଅନ୍ୟ ସଦସ୍ୟ ଓ ଷ୍ଟାଫ୍ଙ୍କ ସହ ଆଲୋଚନା ହୋଇସାରିଥିବା ଜଣାଇଛନ୍ତି । ବିଶ୍ୱବ୍ୟାପୀ ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୫% କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ । ଯାହାକୁ ନେଇ ଏହାର ମୁଖ୍ୟ ଟେଡ୍ରୋସ୍ ସ୍ପଷ୍ଟ କରିଛନ୍ତି । ପାଖାପାଖି ୮୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+