ମାଡ଼ିଆସୁଛି ଶକ୍ତିଶାଳୀ ‘କିକୋ’, ଜରୁରୀକାଳୀନ ସ୍ଥିତି ଘୋଷଣା

ହୱାଇକୁ ହିଟ୍ କରିବ ହରିକେନ୍ 'କିକୋ । କ୍ୟାଟାଗୋରୀ-୪ରେ ମାଡ଼ି ଆସୁଛି 'କିକୋ । ଆମେରିକାର ହୱାଇରେ ମାଡ଼ ହେବା ଆଶଙ୍କା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହୱାଇରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଝଡ଼ଟି ବିଗ୍ ଆଇଲ୍ୟାଣ୍ଡ ଓ ମାଉଇରେ ପହଂଚିବା ସମ୍ଭାବନା ରହିଛି ।

emergency declared

ମଙ୍ଗଳବାର ରାତିରେ ହୱାଇରେ ମାଡ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କ୍ୟାଟୋଗୋରୀ-୪ ହରିକେନରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୭ ମାଇଲ ରହିଥାଏ । ହରିକେନ 'କିକୋ' ଏବେ ଶକ୍ତିଶାଳୀ ରହିଛି । କିନ୍ତୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବାର ଆଶା କରାଯାଉଛି ।

ତେବେ ବର୍ତ୍ତମାନ ତୋଫାନ ବହୁତ ଶକ୍ତିଶାଳୀ ରହିଛି । ବିଗ୍ ଆଇଲ୍ୟାଣ୍ଡରେ ଲ୍ୟାଣ୍ଡଫଲ କରିବା ସମୟରେ କ୍ୟାଟଗୋରୀ-୨ କିମ୍ବା କ୍ୟାଟାଗୋରୀ-୧ରେ ପରିଣତ ହୋଇପାରେ । କିନ୍ତୁ ହରିକେନ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ହୱାଇ ଏମରଜେନ୍ସୀ ମ୍ୟାନେଜମେଣ୍ଟ ଏଜେନ୍ସୀ ସୋସିଆଲ ମିଡିଆରେ ପୋଷ୍ଟ କରିଛି କି, ଯଦି ଏହି ତୋଫାନ ନିଜର ଶକ୍ତି ଏମିତି ରଖିଥାଏ, ତେବେ ହୱାଇରେ ୩ ଦଶକରେ ସବୁଠାରୁ ବଡ଼ ଝଡ଼ ତୋଫାନ ସାମ୍ନା କରିବାକୁ ପଡିବ । ଏହାପୂର୍ବରୁ ୧୯୯ରେ ଏଭଳି ଶକ୍ତିଶାଳୀ ତୋଫାନ ଆସିଥିଲା, ଯାହା ହୱାଇ ଇତିହାସରେ ସବୁଠାରୁ ଶକ୍ତିଶାଳୀ ଏବଂ ବିନାଶକାରୀ ତୋଫାନ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+