ଇଣ୍ଡୋନେସିଆ ଏବଂ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା

ଇଣ୍ଡୋନେସିଆ ଏବଂ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଇଣ୍ଡୋନେସିଆରେ ଭୂକମ୍ପ ତୀବ୍ରତା ୫.୭ ଥିବାବେଳେ ଜାପାନରେ ୫.୫୭ ରହିଥିବା ଜଣାପଡିଛି । କୌଣସି ବଡ଼ କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଲନା ଦଳ ଏଥିପାଇଁ ସତର୍କ ରହିଛନ୍ତି ।

earthquake

ସୂଚନାନୁଯାୟୀ, ରବିବାର ଇଣ୍ଡୋନେସିଆର ସୁଲାୱେସି ଦ୍ବୀପରେ ଭୂକମ୍ପର ତୀବ୍ରତା ରେକର୍ଡ କରାଯାଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ରହିଥିଲା । ପ୍ରଶାନ୍ତ ମହାସାଗରର 'ରିଙ୍ଗ୍ ଅଫ୍ ଫାୟାର'ରେ ଅବସ୍ଥିତ । ଯାହା ଇଣ୍ଡୋନେସିଆ ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ଗତିବିଧି ଯୋଗୁଁ ଭୂମିକମ୍ପ ପ୍ରତି ଅଧିକ ସମ୍ବେଦନଶୀଳ । ସେହିପରି ରବିବାର ଦିନ ମଧ୍ୟ ଜାପାନର କ୍ୟୁଶୁ ଦ୍ବୀପ ନିକଟରେ ୫.୫୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ଇଣ୍ଡୋସେନିଆ ଏବଂ ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହେବା ପରେ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ନାହିଁ ।

ଗତ କିଛି ମଧ୍ୟରେ ଉଭୟ ଦେଶରେ ଭୂକମ୍ପ ବାରମ୍ବାର ଦେଖିବାକୁ ମିଳୁଛି । ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ଜଟିଳ ଗତିବିଧି ଯୋଗୁଁ ଇଣ୍ଡୋନେସିଆରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ ଉଦ୍ଗିରଣ ହେବାର ସମ୍ଭାବନା ମଧ୍ୟ ରହିଛି । ଏହାରି ମଧ୍ୟରେ ବିଶେଷଜ୍ଞମାନେ ଉଭୟ ଦେଶରେ ଆହୁରି ଭୂମିକମ୍ପ ହେବାର ସମ୍ଭାବନା ଥିବା କହିଛନ୍ତି । ସେନେଇ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+