ଜାପାନର ଶକ୍ତିଶାଳୀ ଭୂମିକମ୍ପ ଝଟକା
Earthquake In Japan: ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ବୁଧବାର ଅର୍ଥାତ୍ ୨ ଏପ୍ରିଲ୍ ୨୦୨୫ ଜାପାନର କ୍ୟୁଶୁରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘର ବାହାରି ଆସୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ କୌଣସି ବଡ଼ କ୍ଷତି କ୍ଷତି ହୋଇ ନାହିଁ ।

ସେହିପରି ଜାପାନ ପାଣିପାଗ ବିଭାଗ ସୂଚନା ଅନୁସାରେ, ଭୂମିକମ୍ପ ପରେ ସୁନାମି ସମ୍ପର୍କରେ କୌଣସି ସତର୍କତା ଜାରି କରାଯାଇ ନାହିଁ। ଗତ ସପ୍ତାହରେ ମିଆଁମାର ଏବଂ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ହୋଇଥିବା ଭୂମିକମ୍ପ ବହୁତ କ୍ଷୟକ୍ଷତି ଘଟାଇଛି। ଏହି ଦୁଇ ଦେଶ ବ୍ୟତୀତ, ସେହି ଦିନ ଭାରତର ଅନେକ ରାଜ୍ୟରେ ମଧ୍ୟ ଭୂକମ୍ପ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ନିର୍ମାଣାଧୀନ ବହୁମହଲା କୋଠା ଭୁଶୁଡ଼ି ପଡିଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।












Click it and Unblock the Notifications