ଆମେରିକାରେ ପ୍ରଳୟ ରଚିଲା ସାମୁଦ୍ରିକ ଝଡ ‘ଇଡା’; ୪୯ ମୃତ

ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି। ମୃତାହତଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରୁ ୧୩ ଜଣ ଅଛନ୍ତି । ନ୍ୟୁଜର୍ସିରେ ପାଖାପାଖି ୨୩ ଲୋକଙ୍କର ମୃତ୍ୟୁ ହୋଇଛି ।

ୱାଶିଂଟନ: ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି। ମୃତାହତଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରୁ ୧୩ ଜଣ ଅଛନ୍ତି । ନ୍ୟୁଜର୍ସିରେ ପାଖାପାଖି ୨୩ ଲୋକଙ୍କର ମୃତ୍ୟୁ ହୋଇଛି ।

Storm Ida

ବନ୍ୟାପାଣି ଜନବସତି ଅଞ୍ଚଳରେ ପଶି ଯାଇଛି। ଫଳରେ ରାସ୍ତା ଘାଟ, ଘର ଜଳମଗ୍ନ ହୋଇଯାଇଛି। ଏପରିକି ରାସ୍ତାରେ ଗାଡି ମୋଟର ବି ପାଣିରେ ବୁଡି ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିବା ବିଶେଷଜ୍ଞ କହିଥିବା ବେଳେ, ପ୍ରଳୟଙ୍କାରୀ ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏମର୍ଜେନ୍ସି ଘୋଷଣା କରାଯାଇଛି ।

ବନ୍ୟା ଯୋଗୁ ସହରରେ ସମସ୍ତ ସବ-ଓ୍ବେ ସେବାକୁ ବାତିଲ କରି ଦିଆଯାଇଛି । ସେପଟେ ସଙ୍କଟ ସମୟରେ ସମସ୍ତ ପ୍ରକାର ସହାୟତା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବିଡେନ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+