ତୁରନ୍ତ ଯୁଦ୍ଧ ବନ୍ଦ କର ;ଫ୍ରାନ୍ସ ରାଷ୍ଟ୍ରପତି
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ କହିଛନ୍ତି, ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ ଗମ୍ଭୀର ପରିଣାମ ସୃଷ୍ଟି କରିବ। ବର୍ତ୍ତମାନର ଯୁଦ୍ଧ ସ୍ଥିତି ସମସ୍ତଙ୍କ ପାଇଁ ବିପଜ୍ଜନକ, ଏହା ତୁରନ୍ତ ବନ୍ଦ ହେବା ଉଚିତ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟପ୍ରାଚ୍ୟରେ ଥିବା ଫ୍ରାନ୍ସର ନାଗରିକଙ୍କ ଓ ସେମାନଙ୍କ ସମ୍ପତ୍ତି ଏବଂ ଆମର ଦେଶର ସୁରକ୍ଷା ପାଇଁ ଆମେ ସମସ୍ତ ଜରୁରୀ ପଦକ୍ଷେପ ନେବୁ। ଫ୍ରାନ୍ସ ତାହାର ନିକଟତମ ସହଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ସମ୍ବଳ ନିୟୋଜିତ କରିବାକୁ ପ୍ରସ୍ତୁତ ଅଛି, ଯଦି ସେମାନେ ଅନୁରୋଧ କରନ୍ତି ବୋଲି ମାକ୍ରଁନ କହିଛନ୍ତି।

ରୁଷ୍ର ପୂର୍ବତନ ରାଷ୍ଟ୍ରପତି ତଥା ରୁଷ୍ର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଡିମିତ୍ରି ମେଡଭେଡେଭ କହିଛନ୍ତି, ଶାନ୍ତି ସ୍ଥାପନକାରୀ ତାଙ୍କ ଅସଲ ଚେହେରା ଦେଖାଇଛନ୍ତି। ଇରାନ ସହିତ ସମସ୍ତ କଥାବାର୍ତ୍ତା ଗୋପନୀୟ ଥିଲା। ଏଥିରେ କାହାର କିଛି ସନ୍ଦେହ ନଥିଲା। କେହି କିଛି ବୁଝାମଣା କରିବାକୁ ଚାହୁଁନଥିଲେ। ତେବେ ପ୍ରଶ୍ନ ଉଠୁଛି ଶତ୍ରୁ ପକ୍ଷରୁ ଏପରି ପରାଜୟ ପାଇଁ ଅପେକ୍ଷା କରିବାକୁ କାହା ପକ୍ଷରେ ଅଧିକ ଧୈର୍ଯ୍ୟ ରହିଛି। ଆମେରିକା ମାତ୍ର ୨୪୯ ବର୍ଷ ପୁରୁଣା। ପାରସ୍ୟ ସାମ୍ରାଜ୍ୟ ୨୫୦୦ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା।
ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ ସଲାମ କହିଛନ୍ତି, ଆମେ କୌଣସି ଦେଶକୁ ଏପରି ଦୁଃସାହସିକତା ମଧ୍ୟକୁ ଟାଣିବାକୁ ଅନୁମତି ଦେବୁନାହିଁ, ଯେଉଁଥିରେ ଦେଶର ସୁରକ୍ଷା ଓ ଏକତା ପ୍ରତି ବିପଦ ରହିଛି। ନରୱେ ବିଦେଶ ମନ୍ତ୍ରୀ ଏସ୍ପେନ୍ ବାର୍ଥ ଏଡ୍ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଇସ୍ରାଏଲ ଏହାକୁ ଏକ ପ୍ରତିରୋଧକ ଆକ୍ରମଣ କହିଛି। କିନ୍ତୁ ଏହା ଆର୍ନ୍ତଜାତିକ ନିୟମର ଉଲ୍ଲଂଘନ












Click it and Unblock the Notifications