ଜଳୁଛି ଲସ ଆଞ୍ଜେଲସ୍, ଟ୍ରମ୍ପଙ୍କୁ ଗଭର୍ଣ୍ଣରଙ୍କ ନିନ୍ଦା, ଜାଣନ୍ତୁ କାହିଁକି?
ଆମେରିକାର ଲସ ଆଞ୍ଜେଲସରେ ପ୍ରବାସୀ ପ୍ରସଙ୍ଗରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଲସ ଆଞ୍ଜେଲସର ରାସ୍ତାରେ ଅରାଜକତାର ପରିବେଶ ଦେଖାଦେଇଛି ଏବଂ ଅନେକ ସ୍ଥାନରେ କାରଗୁଡିକୁ ପୋଡ଼ି ଦେଉଥିବା ଦେଖାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ ଆଞ୍ଜେଲସରେ ନ୍ୟାଶନାଲ ଗାର୍ଡ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ନ୍ୟାଶନାଲ ଗାର୍ଡ ମୁତୟନ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ।
ପ୍ରଦର୍ଶନକାରୀମାନେ ଅନେକ ପୋଲିସ ଗାଡ଼ି ପୋଡ଼ି ଦେଇଛନ୍ତି ଏବଂ ଅନେକ ରାସ୍ତା ଅବରୋଧ କରିଛନ୍ତି। ସୁରକ୍ଷା ବାହିନୀ ପ୍ରତିବାଦକାରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ସେଲ ଫୁଟାଇଛନ୍ତି ଏବଂ ରବର ଗୁଳି ବ୍ୟବହାର କରିଛନ୍ତି। ଲସଆଞ୍ଜେଲସରେ ହିଂସା ଆରମ୍ଭ ହେବାର ତିନି ଦିନ ବିତିଗଲାଣି ଏବଂ ନ୍ୟାଶନାଲ ଗାର୍ଡ ମୁତୟନ ଏହି ହିଂସାକୁ ଆହୁରି ତୀବ୍ର କରିଛି।

ଲସ୍ ଏଞ୍ଜେଲ୍ସ ହିଂସାକୁ ନେଇ ଟ୍ରମ୍ପ ଓ ରାଜ୍ୟ ସରକାର ମୁହଁମୁହିଁ ହୋଇଛନ୍ତି । କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣର ଗୋବିନ୍ ନ୍ୟୁସୋମ୍ କହିଛନ୍ତି, ତାଙ୍କୁ କୁହାଯାଇଛି କି ରାଷ୍ଟ୍ରପତି ଲସ୍ ଏଞ୍ଜେଲ୍ସରେ ଅତିରିକ୍ତ ୨ ହଜାର ଗାର୍ଡ ସୈନିକ ମୁତୟନ କରିଥିଲେ । ଏହାକୁ ନେଇ ଟ୍ରମ୍ପ ଓ କାର୍ଲିଫର୍ଣ୍ଣିଆ ସରକାର ମୁହାଁମୁହିଁ ହୋଇଛନ୍ତି । ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ଦାୟର ହୋଇଛି । ଏ ବାବଦରେ କାର୍ଲିଫର୍ଣ୍ଣିଆ ଆଣ୍ଟୋନି ଜେନେରାଲ ବୋଣ୍ଟା କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଲିମିଟ୍ କ୍ରସ କରିଛନ୍ତି । ସେ ଗଭର୍ଣ୍ଣରଙ୍କ ସହମତି ବିନା ସେନା ମୁତୟନ କରିଛନ୍ତି । ମୁଁ ସଫା ସଫା କହୁଛି କିଛି ଆକ୍ରମଣ କି ବିଦ୍ରୋହ ହେଉନାହିଁ । ରାଷ୍ଟ୍ରପତି ରାଜନୈତିକ ହିତ ପାଇଁ ଜାଣିଶୁଣି ଅରାଜକତା ଓ ସଙ୍କଟ ସୃଷ୍ଟି କରୁଛନ୍ତି ।












Click it and Unblock the Notifications