୮ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ଏସଟିଏଫ; ଟାର୍ଗେଟରେ ଥିଲା RSS !

ଆସାମ ପୁଲିସ୍‌ର ସ୍ପେଶାଲ ଟାସ୍କ ଫୋର୍ସ ବା ଏସଟିଏଫକୁ ବଡ଼ ସଫଳତା । କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ୮ ଆତଙ୍କବାଦୀମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ସେମାନଙ୍କ ସବୁ ଯୋଜନାକୁ ଏସଟିଏଫ ପଣ୍ଡ କରିଦେଇଛି ।

ଏମାନଙ୍କ ମଧ୍ୟରେ ବାଂଲାଦେଶର ଜଣେ ଆତଙ୍କବାଦୀ ମଧ୍ୟ ରହିଛି । ସେକୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦାର ସଦସ୍ୟ ।
ଆରଏସଏସ ଓ ହିନ୍ଦୁ ସଂଗଠନକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବାଂଲାଦେଶର ନାଗରିକ ମହମ୍ମଦ ସାଦ ରଦି ଓରଫ ମହମ୍ମଦ ଶାହବ ଶେଖ ନଭେମ୍ବର ମାସରେ ଭାରତ ଆସିଥିଲା। ସେ ଭାରତରେ ପହଞ୍ଚି ଆସାମ ଓ ପଶ୍ଚିତମବଙ୍ଗରେ ଥିବା ନିଜର ସ୍ଲିପର ସେଲ୍ସକୁ ଆକିଭ୍ଟ କରିଥିଲା। ଏହାପରେ କେରଳ ଚାଲି ଯାଇଥିଲା ବୋଲି ଏସଟିଏଫ କହିଛି ।

STF arrests 8 terrorists

ଆସାମ ଏସଟିଏଫ ଏକଥା ଜାଣିବା ପରେ କେରଳ ଓ ବେଙ୍ଗଲ ପୁଲିସ୍‌ ସହ ମିଶି ଅପରେସନ ପ୍ରଘାତ ଆରମ୍ଭ କରିଥିଲା। ବାଂଲାଦେଶରେ ସକ୍ରିୟ ଥିବା ଅଲକାଏଦା ସମର୍ଥିତ ଆତଙ୍କୀ ସଂଗଠନର ଜଣେ ଲିଡର ସହଯୋଗୀ ମହମ୍ମଦ ଫରହାନ ଇସାରକ ଅଧୀନରେ କିଛି ଆତଙ୍କବାଦୀ ଭାରତରେ କାମ କରୁଥିବା ଜଣାପଡ଼ିଥିଲା।

ଏମାନଙ୍କ ଟାର୍ଗେଟରେ ଆରଏସଏସ ଓ ଅନ୍ୟ ହିନ୍ଦୁ ସଂଗଠନ ରହିଥିଲା। ଫରାନ ହେଉଛି ଅଲକାଏଦା ସମର୍ଥିତ ଆତଙ୍କବାଦୀ ସଂଗଠନ ଅନସାରୁଲ୍ଲା ବଙ୍ଗାଲ ଟିମ (ଏବିଟି)ର ମୁଖ୍ୟ ଜୈସମୁଦ୍ଦିନ ରହମାଣିର ଅତ୍ୟନ୍ତ ଘନିଷ୍ଠ।

ଡିସେମ୍ବର ୧୭ ତାରିଖ ବିଳମ୍ବ ରାତିରୁ ୧୮ ତାରିଖ ଭୋର ଯାଏ କେରଳ, ବେଙ୍ଗଲ ଓ ଆସାମରେ ରେଡ କରାଯାଇଥିଲା। ଏହି ସମୟରେ ଶେଖ ସହ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ- ମିନାରୁଲ ଶେଖ, ମହମ୍ମଦ ଆବାସ ଅଲୀ, ନୁର ଇସଲାମ ମଣ୍ଡଳ, ଅବଦୁଲ କରିମ ମୁଣ୍ଡଳ, ମୁଜିବୁର ରହମନ, ହମିଦୁଲ ଇସଲାମ ଓ ଇନାମୁଲ ହକ। ଏମାନେ କେବଳ ବେଙ୍ଗଲ, ଆସାମ କିମ୍ବା କେରଳରେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ, ବରଂ ସେମାନଙ୍କ ଟାର୍ଗେଟରେ ବିଭିନ୍ନ ରାଜ୍ୟ ରହିଥିଲା।

ନୁର ଇସଲାମ ଓ ମୁଜିବୁର ରହମନ ବେଙ୍ଗଲର ବିଭିନ୍ନ ସ୍ଥାନକୁ ଯାଇ ଯୁବଗୋଷ୍ଠୀଙ୍କୁ ନିଜ ସଂଗଠନରେ ସାମିଲ କରିବାକୁ ଚେଷ୍ଟା କରୁଥିଲେ। ଏନେଇ ବେଙ୍ଗଲର ମୁର୍ଶିଦାବାଦ ଓ ଫାଲାକାତାରେ ଏକାଧିକ ବୈଠକ ହୋଇଛି। ଏହି ବୈଠକର ନୁର ଓ ତା' ସହଯୋଗୀମାନେ ଆରଏସଏସ ଓ ଅନ୍ୟ ହିନ୍ଦୁ ସଂଗଠନ ବିରୋଧରେ ବିଷ ଓକାରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+