ରୁଷର ସୁନାମି ପ୍ରଭାବିତ ଅଞ୍ଚଳରେ ଷ୍ଟେଟ୍ ଏମରଜେନ୍ସି ଲାଗୁ

ରୁଷର ସୁନାମି ପ୍ରଭାବିତ ଅଞ୍ଚଳରେ ଷ୍ଟେଟ୍ ଏମରଜେନ୍ସି ଲାଗୁ । କୁରିଲ୍ ଆଇଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ।ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି । ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ତେବେ ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବିରାଟ ବିଲ୍ଡି ସବୁ ଭାସି ଯାଉଥିବା ଦେଖିବାକୁ ମିଳିଛି ।

Russia

ସେପଟେ ଶକ୍ତିଶାଳୀ ଭୂକମ୍ପରେ ରୁଷର ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭୂମିକମ୍ପ ପ୍ରଭାବରେ ଜାପାନରେ ବି ସୁନାମୀ ମାଡି ଆସିଲାଣି । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଜାପାନର ଉତ୍ତର ହୋକାଇଡେରେ ୧ ଫୁଟ ଉଚ୍ଚର ଜୁଆର ଉଠୁଥିବା ସୂଚନା ରହିଥିବା ବେଳେ ଆଗକୁ ଅଧିକ ଉଚ୍ଚର ଜୁଆର ଉଠିବା ନେଇ ଆଶଙ୍କା କରାଯାଇଛି ।
ସେହିପରି ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇରେ ବି ସୁନାମୀର ଆତଙ୍କ ଦେଖିବାକୁ ମିଳିଲାଣି । ଲୋକଙ୍କ ଉଚ୍ଚା ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଟ୍ରମ୍ପ ସୁରକ୍ଷିତ ରହିବାକୁ ଜନତାଙ୍କୁ ଅପିଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+