ମିଆଁମାରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ମିଆଁମାରରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ବାଦ ମିଳିବାରେ ଲାଗିଛି। ବ୍ୟାଙ୍କକରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସେଠାକାର ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି। ମିଆଁମାରରେ ଭୂକମ୍ପ ପ୍ରଭାବରେ ଅନେକ କୋଠା ଓ ପୋଲ ଭୁଶୁଡ଼ି ପଡ଼ିଥିବା ରେଡକ୍ରସ୍ ପକ୍ଷରୁ ସୂଚନା ମିଳିଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି, ଭୂକମ୍ପର ତୀବ୍ରତା ୭.୭ ଥିଲା।

Earthquake

ଭୂମିକମ୍ପର ତୀବ୍ରତା ୭.୭ ଏବଂ ଗଭୀରତା ୧୦ କିଲୋମିଟର ଥିଲା। ପାଖାପାଖି ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ମିଆଁମାରର ମାଣ୍ଡାଲେ ସହରଠାରୁ ଏହାର କେନ୍ଦ୍ର ସ୍ଥଳ ପ୍ରାୟ ୧୭.୨ କିଲୋମିଟର ଦୂରରେ ଥିଲା। ଭୂମିକମ୍ପ ପରେ ଶକ୍ତିଶାଳୀ ଝଟକା ଏବଂ ଆହୁରି ଅନେକ ମଧ୍ୟମ ଧରଣର ଝଟକା ଅନୁଭୂତ ହୋଇଥିଲା।

ଭୂମିକମ୍ପ ପରେ ବ୍ୟାଙ୍କକରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୮୧ ଜଣ ଫସି ରହିଛନ୍ତି ବୋଲି ସେଠାକାର ଉପପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଫୁମ୍ଥାମ୍ ୱେଚାଚାଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ରେଡକ୍ରସ କହିଛି ଯେ ଭୂମିକମ୍ପ ଯୋଗୁଁ ମିଆଁମାରରେ କୋଠା ଏବଂ ସାର୍ବଜନୀନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+