ମସ୍କଙ୍କ ସ୍ପେସଏକ୍ସକୁ ବଡ଼ ଝଟକା, ରକେଟ ହେଲା ବ୍ଲାଷ୍ଟ

ଏଲନ ମସ୍କଙ୍କ ସ୍ପେସଏକ୍ସକୁ ପୁଣି ବଡ଼ ଝଟକା ଲାଗିଛି। ସ୍ପେସଏକ୍ସ ଗୁରୁବାରରେ ଏକ ଟେଷ୍ଟ ଉଡାଣ ଲଞ୍ଚ କରିଥିଲା, ହେଲେ ଷ୍ଟାରସିପ ରକେଟ ଉଡାଣ ଭରିବା ପରେ ଯୋଗାଯୋଗ ହରାଇଥିଲା। ଏହାପରେ ୪୦୩ ଫୁଟର ରକେଟ କିଛି ସମୟ ପରେ ଫ୍ଲୋରିଡାରେ ବ୍ଲାଷ୍ଟ ହୋଇଗଲା।

ଏହା ପ୍ରଥମ ଥର ନୁହେଁ ମସ୍କଙ୍କ ସ୍ପେସଏକ୍ସକୁ ଏଭଳି ବିସ୍ଫୋରଣର ସାମ୍ନା କରିବାକୁ ପଡିଛି। ୨ ମାସ ପୂର୍ବରୁ ରକେଟ୍ ତୁର୍କୀ ଏବଂ କାଇକୋସ ଦ୍ୱୀପପୁଞ୍ଜରେ ଏହି ରକେଟ ବିସ୍ଫୋରଣ ହୋଇଥିଲା। ସ୍ପେସଏକ୍ସର ଲାଇଭ ଷ୍ଟ୍ରିମରେ ଷ୍ଟାରସିପ ଅନିୟନ୍ତ୍ରିତ ଭାବରେ ଘୂରୁଥିବା ଦେଖାଯାଇଥିଲା, ଯାହା ପରେ କମ୍ପାନୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ରିପୋର୍ଟ କରିଥିଲା।

elon musk

ଏହାର କିଛି ସମୟ ପରେ, ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରକାଶ ପାଇଥିଲା, ଯେଉଁଥିରେ ଦକ୍ଷିଣ ଫ୍ଲୋରିଡା ଏବଂ ବାହାମାସ ନିକଟରେ ଆକାଶରେ ମହାକାଶଯାନର ଖଣ୍ଡଗୁଡ଼ିକ ଅଗ୍ନିପିଣ୍ଡୁଳା ପରି ପଡ଼ିଥିବା ଦେଖାଯାଇଥିଲା। ଏହି ଘଟଣା ଯୋଗୁ ମହାକାଶ ପ୍ରକ୍ଷେପଣ ଭଗ୍ନାବଶେଷ ଯୋଗୁ ମିଆମି, ଫୋର୍ଟ ଲୌଡରଡେଲ, ପାମ ବିଚ ଏବଂ ଅର୍ଲାଣ୍ଡୋ ବିମାନବନ୍ଦରରେ ବିମାନ ଉଡ଼ାଣକୁ ସାମୟିକ ଭାବରେ ବନ୍ଦ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+