ଆଜିଠାରୁ ଡାଇରେକ୍ଟ-ଟୁ-ସେଲ୍ ଫୋନ୍ ସେବା, ଜାଣନ୍ତୁ ଏହା କଣ?

ନୂଆଦିଲ୍ଳୀ: ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ନିକଟରେ ଏକ ନିଶ୍ଚିତତା ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ଏଣିକି ବିନା ଟାୱାର୍‌ରେ ବି ମିଳିବ ମୋବାଇଲ୍‌ ସେବା। ଏହାର ବିଟା ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏକ୍ସ ପ୍ଲାଟ୍‌ଫର୍ମରେ ହୋଇଥିବା ଏକ ପୋଷ୍ଟିଂ ଅନୁସାରେ, ଆଜିଠାରୁ ଷ୍ଟାର୍‌ଲିଙ୍କ୍‌ର ଡାଇରେକ୍ଟ-ଟୁ-ସେଲ୍‌ ସାଟେଲାଇଟ୍‌ ସର୍ଭିସ୍‌ର ବିଟା ଟେଷ୍ଟିଂ ଆରମ୍ଭ ହୋଇପାରେ।

ଡାଇରେକ୍ଟ-ଟୁ-ସେଲ୍‌ ସାଟେଲାଇଟ୍‌ ଅର୍ଥାତ ମୋବାଇଲ୍‌ ସିଧା ସାଟେଲାଇଟ୍‌ ଦ୍ବାରା ଚାଳିତ ନେଟ୍‌ୱ‌ାର୍କ ସହ ଯୋଡ଼ି ହେବ। ଏହାପରେ ବିନା ଟାୱାରରେ ବି ଗ୍ରାହକ ଫୋନ୍‌ ସେବାର ଲାଭ ଉଠାଇ ପାରିବେ। ଏହି ନେଟ୍‌ୱାର୍କରେ ମାଟି ‌ଖୋଳି ଆଉ ମୋବାଇଲ୍‌ ନେଟ୍‌ୱର୍କ ପୋତିବାକୁ ପଡ଼ିବନି। ଏହା ଦ୍ବାରା ପାରମ୍ପରିକ ‌ମୋବାଇଲ୍‌ ଟାୱାର ଉପରେ ଆଉ ବିଶେଷ ବୋଝପଡ଼ିବ ନାହିଁ।

musk

'ଷ୍ଟାରଲିଙ୍କ୍'ର ଏହି ସେବା ଉପଭୋକ୍ତାଙ୍କୁ ସିଧାସଳଖ ମହାକାଶରୁ ଟେଲିକମ୍ ସେବା ଯୋଗାଇବ। ବର୍ତ୍ତମାନ, ଏହି ସେବାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ସେବା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ବହୁତ ଭଲ ସାହାଯ୍ୟ କରିବ। ଏଥିସହ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ହେବ। କାରଣ ଏହି ସେବା ଆରମ୍ଭ ହେବାପରେ ଭୂମିରେ ଅବସ୍ଥିତ ସେଲ୍ ଟାୱାର୍ ଉପରେ ନିର୍ଭର କରିବା କମିଯିବ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ।

ଉପଭୋକ୍ତାମାନେ ଯେ କୌଣସି ସ୍ଥାନରେ ଏସ୍‌ଏମ୍‌ଏସ୍‌, ଯୋଗାଯୋଗ କରିବା ଏବଂ ଇଣ୍ଟରନେଟ୍ ପରି ସେବା ବ୍ୟବହାର କରିବାକୁ ସମର୍ଥ ହେବେ। 'ଷ୍ଟାରଲିଙ୍କ୍' ଏହାର ସେବାପାଇଁ ଏକ ୱାଇ-ଫାଇ ରାଉଟର, ବିଦ୍ୟୁତ୍ ଯୋଗାଣ, କେବୁଲ୍ ଏବଂ ଏକ ମାଉଣ୍ଟିଂ ଟ୍ରାଇପଡ଼ ଦେଇଥାଏ। ପ୍ରତ୍ୟେକ ସ୍ଥାନରେ ଟାୱାର୍ ରହିବା ସମ୍ଭବ ନୁହେଁ, ଯେଉଁ କାରଣରୁ ଦୁର୍ଗମ ଅଞ୍ଚଳର ଉପଭୋକ୍ତାମାନେ କ୍ରମାଗତ ଭାବରେ ଇଣ୍ଟରନେଟ୍‌ ସଂଯୋଗ ସମସ୍ୟାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। 'ଷ୍ଟାରଲିଙ୍କ୍' ଏହାର ସେବାପାଇଁ ଏକ ୱାଇ-ଫାଇ ରାଉଟର, ବିଦ୍ୟୁତ୍ ଯୋଗାଣ, କେବୁଲ୍ ଏବଂ ଏକ ମାଉଣ୍ଟିଂ ଟ୍ରାଇପଡ଼ ଦେଇଥାଏ।

ଏହି ରାଉଟର ସିଧା ଉପଗ୍ରହ ସହିତ ସଂଯୁକ୍ତ ହୁଏ। ସରଳ ଭାଷାରେ କହିବାକୁ ଗଲେ, 'ଷ୍ଟାରଲିଙ୍କ୍'ର ଏହି ସେବାକୁ ମହାକାଶରେ ଉପସ୍ଥିତ ଥିବା ଏକ ସେଲ୍ ଟାୱାର୍ ମଧ୍ୟ କହିପାରିବା। 'ଷ୍ଟାରଲିଙ୍କ୍'ର ଉପଗ୍ରହ ଇଣ୍ଟରନେଟ୍ ସେବା ପୂର୍ବରୁ ରହିଅଛି। ୟୁକ୍ରେନ-ରୁଷ ଯୁଦ୍ଧ ସମୟରେ ଏହାର ବ୍ୟବହାର ୟୁକ୍ରେନରେ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+