Congo Stampede: ସେନା ନିଯୁକ୍ତି କାର୍ଯ୍ୟକ୍ରମରେ ଅଘଟଣ, ୩୭ ଜଣଙ୍କ ମୃତ୍ୟୁ
Stampede at Military recruitment program at Congo , 36 died: ମଙ୍ଗଳବାର ଦିନ କଙ୍ଗୋ ରିପବ୍ଲିକର ଏକ ମିଲିଟାରି ଷ୍ଟାଡିୟମରେ ଅତି କମରେ 37 ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ସେନାରେ ନିଯୁକ୍ତି କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟାରେ ଯୁବକ ଏକାଠି ପହଞ୍ଚିଥିଲେ । ଯେଉଁଥିପାଇଁ ଷ୍ଟାଡିୟମ ଲୋକରଣ୍ୟ ହୋଇଯାଇଥିଲା , ହେଲେ ହଠାତ୍ କୌଣସି କାରଣ ବସତଃ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲେ । ଯେଉଁଥିରେ 37 ଜଣଙ୍କର ମୃତ୍ୟୁ ଘଟିଥିଲା ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ଏକ ସପ୍ତାହ ହେଲେ ସେନାରେ ଭର୍ତ୍ତି ଜାରି ରହିଛି, ବହୁ ସଂଖ୍ୟାରେ ଯୁବକମାନେ ସେନାରେ ଯୋଗଦେବାକୁ ଚେଷ୍ଟା କରୁଥିବା ବେଳେ ପ୍ରତିଦିନ ବାହ୍ୟ ନିଯୁକ୍ତି କେନ୍ଦ୍ର ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳୁଥିଲା ଯାହା ପରେ ସେନାରେ ନିଯୁକ୍ତି ଜାରି ରହିଥିଲା । କଙ୍ଗୋରେ ସେନା ହେଉଛି ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ମିଳିଥାଏ ।

ରିପୋର୍ଟ ଅନୁଯାୟୀ, ଏହି ନିଯୁକ୍ତି କାର୍ଯ୍ୟକ୍ରମ ସମୟରେ ପ୍ରତିଦିନ ପ୍ରାୟ 700 ଲୋକ ସେନାରେ ଭର୍ତ୍ତି ହେବା ପାଇଁ ରେଜିଷ୍ଟ୍ରେସନ୍ କରୁଥିଲେ । ହେଲେ ମାତ୍ର 1500 ଲୋକ ନିଯୁକ୍ତି ପାଇବାର ଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ଜରୁରୀକାଳୀନ ସେବା ରିପୋର୍ଟ କରିଛି ଯେ 37 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏହି ଘଟଣାକେ ଅନେକ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।
ତେବେ ଏହି ଦୁର୍ଘଟଣା ଘଟିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସ୍ଥାନୀୟ ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି ।












Click it and Unblock the Notifications