ରାଲି କରିବା ସମୟରେ ଭାଙ୍ଗିଲା ସଭା ମଞ୍ଚ, ଚାଲିଗଲା ୯ ଜଣଙ୍କ ଜୀବନ

ମେକ୍ସିକୋ : ବର୍ତ୍ତମାନ ଭାରତରେ ନିର୍ବାଚନ ଚାଲିଛି । ନିର୍ବାଚନ ଲାଗି ଜୋରଦାର ପ୍ରଚାର ମଧ୍ୟ ଚାଲିଛି । ଅନ୍ୟପଟେ ମେକ୍ସିକୋରେ ବର୍ତ୍ତମାନ ନିର୍ବାଚନ ପ୍ରଚାର ଚାଲିଛି । ଜୁନ୍ ୨ରେ ଦେଶରେ ଭୋଟିଂ ଅନୁଷ୍ଠିତ ହେବ । ଯେଉଁଥିପାଇଁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି । ଦେଶର ନୁଏଭୋ ଲିଓନ୍ ରାଜ୍ୟର ସେନ ପେଟ୍ରୋ ଗର୍ସିଆରେ ଏକ ରାଜନୈତିକ ଦଳ ସଭାରେ ଏକ ଦୁଃଖଦ ଘଟଣା ଘଟିଛି ।

ପ୍ରବଳ ପବନ ଓ ଝଡ ଯୋଗୁଁ ନିର୍ବାଚନ ସଭାର ଷ୍ଟେଜ୍ ଭୁଶୁଡି ପଡିଥିଲା ଏବଂ ଏହା ସଭାରେ ଉପସ୍ଥିତ ଥିବା ଅନେକ ଲୋକ ଫସି ରହିଥିଲେ । ଏହି ମଞ୍ଚ ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ସିଟିଜେନ୍ ମୁଭ୍‌ମେଣ୍ଟ ଦଳର ନେତା ଜର୍ଜ ମେନେଜ ତାଙ୍କ ଭାଷଣ ଦେଉଥିଲେ ।

Stage collapses at Mexico

ଏତିକି ବେଳେ ହଠାତ୍ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଞ୍ଚ ଭୁଶୁଡିବା ପରେ ଲୋକେ ଭୟରେ ଏପଟସେପଟ ଦୌଡିବାକୁ ଲାଗିଥିଲେ । ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଠେଲାପେଲା ଓ ଦଳଚକଟାରେ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+